୨୦୨୪ରେ ଲୋକସଭା ନିର୍ବାଚନ, ସେମିକଣ୍ଡକ୍ଟର ଯୋଗୁ ତିଆରି ହୋଇପାରୁନାହିଁ ଇଭିଏମ ।

213

କନକ ବ୍ୟୁରୋ: ଦେଶରେ ଆଉକିଛି ଦିନ ପରେ ବିଭିନ୍ନ ସ୍ଥାନରେ ନିର୍ବାଚନ ଅନୁଷ୍ଠିତ ହେବ । ୨୦୨୩ରେ ୯ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଇଭିଏମର ଆବଶ୍ୟକତା ରହିଛି । ତେବେ ଏଥିପାଇଁ ଏକ ବଡ ସମସ୍ୟା ଦେଖାଦେଇଛି । ନିର୍ବାଚନ ଆୟୋଗ ପାଖରେ କମ ପରିମାଣର ଇଭିଏମ ରହିଛି । ଏହାର କାରଣ ହେଉଛି କରୋନା କାରଣରୁ ହୋଇଥିବା ଲକଡାଉନ । ୨୦୨୦ରୁ ୨୦୨୨ ଯାଏ କରୋନା କାରଣରୁ ଆମଦାନୀ, ରପ୍ତାନୀ ବନ୍ଦ ହୋଇଯାଇଥିଲା । ଏହି କାରଣରୁ ଇଭିଏମ ପ୍ରସ୍ତୁତିରେ ବିଳମ୍ବ ହୋଇଛି । ଇଭିଏମରେ ଲାଗୁଥିବା ସାମଗ୍ରୀର ଆମଦାନୀ ନହେବା କାରଣରୁ ଏହି ସ୍ଥିତି ଦେଖାଦେଇଛି ।

ଏମିତିରେ ଅନେକ ସମୟରେ ଇଭିଏମ ରାଜନୈତିକ କାରଣରୁ ଚର୍ଚ୍ଚାରେ ରହିଥାଏ । ତେବେ ଚଳିତ ଥର ଏହା ଅନ୍ୟ କାରଣ ପାଇଁ ଚର୍ଚ୍ଚାକୁ ଆସିଛି । ଚଳିତ ଥର ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସମସ୍ତ ସ୍ଥାନରେ ଇଭିଏମର ବ୍ୟବହାର ହେବ । ଆଗାମୀ ବର୍ଷ ସାରାଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଏକ ବର୍ଷ ପୂର୍ବରୁ ଆରମ୍ଭ ହୋଇଯାଇଥାଏ । ତେବେ ଇଭିଏମରେ ଲାଗୁଥିବା ଡିଭାଇସ ସେମି କଣ୍ଡକ୍ଟର ମେସିନ ଆମଦାନୀରେ ସଙ୍କଟ ଦେଖାଦେଇଛି । ଏନେଇ ଇସିଆଇ ହାଇସ ପ୍ୟାନେଲକୁ ଏହାର ସୂଚନା ଦେଇଛନ୍ତି ।

ଇଭିଏମର କ୍ରୟ ପାଇଁ ନିର୍ବାଚନ ଆୟୋଗଙ୍କୁ ୧୫ ଶହ କୋଟି ଟଙ୍କା ପ୍ରଦାନ କରାଯାଇଛି । ତେବେ ଜାନୁଆରୀ ୩୧ ସୁଦ୍ଧା ଏହାର ମାତ୍ର ୧୬ ପ୍ରତିଶତ ହିଁ ଖର୍ଚ୍ଚ ହୋଇପାରିଛି ।