କେରଳରେ ଟଳିଳା ବଡ ବିପଦ, ଦୁର୍ଘଟଣାରୁ ବର୍ତ୍ତିଲା କୋଷ୍ଟଗାର୍ଡ ହେଲିକପ୍ଟର।

625

କନକ ବ୍ୟୁରୋ: କେରଳରେ ଏକ ହେଲିକପ୍ଟର ଜରୁରୀ ଅବତରଣ ବେଳେ ଦୁର୍ଘଟଣାର ଶିକାର ହୋଇଛି । ଭାରତୀୟ କୋଷ୍ଟଗାର୍ଡରେ ଏହି ହେଲିକପ୍ଟର ଦୁର୍ଘଟଣାର ସାମ୍ନା କରିଛି । କୋଚିନ୍ ବିମାନବନ୍ଦରରେ ଯେତେବେଳେ ହେଲିକପ୍ଟର ୨୫ଫୁଟ ଉଚ୍ଚରେ ରହିଥିଲା ସେହି ସମୟରେ କୌଣସି କାରଣରୁ ଏହା ଦୁର୍ଘଟଣାର ସାମ୍ନା କରିଛି । ଏଏଚଏଲ ଧ୍ରୁବ ମାର୍କ-୩ ହେଲିକପ୍ଟର ରବିବାର ଉଡାଣ ଭରିବା ବେଳେ ଜୁରୀର ଅବତରଣ କରିଥିଲା । ଦୁର୍ଘଟଣା ସମୟରେ ହେଲିକପ୍ଟରରେ ୩ ପାଇଲଟ ଉପସ୍ଥିତ ରହିଥିଲେ ।

ଦୁର୍ଘଟଣାରେ ପାଇଲଟ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । କିଛି ଗଣମାଧ୍ୟମର ରିପୋର୍ଟ ଅନୁସାରେ ହେଲିକପ୍ଟର ଟ୍ରେନିଂ ପାଇଁ ଉଡାଣ ଭରିଥିଲା, ଏହି ସମୟରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । କୋଚି ବିମାନ ବନ୍ଦରର ରନୱେରେ ବିମାନଟି ଜରୁରୀ ଅବତରଣ କରିଥିଲା । ତେବେ ଲାଣ୍ଡିଂ ବେଳେ ହେଲିକପ୍ଟରର ରୋଟର ଏବଂ ଏୟାର ଫ୍ରେମକୁ କ୍ଷତି ପହଞ୍ଚିଛି । ଆଇସିଜି ଘଟଣାର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।