ରାଜ୍ୟରେ ବଜ୍ରପାତ ନେଉଛି ଜୀବନ : ଶନିବାର ଓ ରବିବାର ବଜ୍ରାଘାତରେ ୧୨ ଜଣଙ୍କ ମୃତ୍ୟୁ ଓ ୧୪ ଜଣ ଆହତ

93

କନକ ବ୍ୟୁରୋ : ରବିବାର ଓଡିଶାରେ ଭୟଙ୍କର ବିଜୁଳି ଓ ଘଡଘଡି ମାରିଥିଲା । ଶନିବାର ଓ ରବିବାର ଦୁଇ ଦିନ ଯେପରି ବିଜୁଳି ଘଡଘଡି ସହ ବଜ୍ରପାତ ଲୋକଙ୍କୁ ଆତଙ୍କିତ କରିଛି । ରବିବାର ଆକାଶରେ ମେଘ ସହ ମେଘ ମାଡ ହୋଇ ୩ ହଜାର ୩୫୨ ବିଜୁଳି ଉତ୍ପନ ହୋଇଥିଲା ବେଳେ ଆକାଶର ପୃଥିବୀ ପୃଷ୍ଠକୁ ୨୦୩୦ଟି ବିଜୁଳି ମାରିଛି ।

ଶନିବାର ଓ ରବିବାର ବଜ୍ରାଘାତରେ ଓଡିଶାରେ ୧୨ ଜଣଙ୍କ ମୃତ୍ୟୁ ଓ ୧୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଓଡିଶରେ ବଜ୍ରପାତରେ ମୃତ୍ୟୁ ସଂଖ୍ୟା ସାରା ଦେଶରେ ଓଡିଶା ତୃତୀୟ ସ୍ଥାନରେ ରହିଛି । କ୍ଲାଇମେଟ ରଜିଲିଏଣ୍ଡ ଅବଜର୍ଭିଂ ସିଷ୍ଟମ ପ୍ରମୋସନ କାଉନସିଲ୍ ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଓଡିଶାରେ ୨୦୦୧ରୁ ୨୦୨୧ ପର୍ଯ୍ୟନ୍ତ ବଜ୍ରପାତରେ ୫ ହଜାର ୧୬୪ ଜଣଙ୍କ ମୃତ୍ୟୁ ହୋଇଛି ।

ବଜ୍ରପାତ ଜନିତ ମୃତ୍ୟୁରେ ମଧ୍ୟପ୍ରଦେଶ ତାଲିକାର ଶୀର୍ଷରେ ରହିଛି । ଦ୍ୱିତୀୟରେ ମହାରାଷ୍ଟ୍ର ଓ ତୃତୀୟ ସ୍ଥାନରେ ରହିଛି ଓଡିଶା । ୨୦୦୧କୁ ୨୦୨୧ ମଧ୍ୟରେ ମଧ୍ୟପ୍ରଦେଶରେ ସର୍ବାଧିକ ୬ ହଜାର ୮୦୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୫ ହଜାର ୩୭୨ ଜଣଙ୍କ ଜୀବନ ନେଇଛି ।