ଅଫିସ୍ ଖୋଲା, ଧାରଣାରେ ସରକାରୀ ବାବୁ : ସରକାରୀ କାର୍ଯ୍ୟାଳୟରେ କାମ ଠପ୍; ଚାଷୀ, ହିତାଧିକାରୀ ହନ୍ତସନ୍ତ

68

କନକ ବ୍ୟୁରୋ : ଆନ୍ଦୋଳନରେ ବାବୁ ଓ ଅଧିକାରୀ, ହନ୍ତସନ୍ତରେ ଚାଷୀ ଓ ଗରିବ । ପଞ୍ଚାୟତ କାର୍ଯ୍ୟାଳୟ ଖୋଲା ଅଛି, ହେଲେ ବିଭିନ୍ନ ଦାବି ନେଇ କୃଷି ଅଧିକାରୀ ଓ ଯୋଗାଣ ସହାୟକମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନରେ ବସିଛନ୍ତି । କୃଷି ବିଭାଗ ବ୍ୟତୀତ ୧୬ ଦିନ ହେଲା ୨୪୦ଟି ପଞ୍ଚାୟତର ପିଇଓ, ଯୋଗାଣ ସହାୟକ ଜିଲ୍ଳାପାଳ ଅଫିସ ଆଗରେ ଧାରଣାରେ ବସିଛନ୍ତି । ଫଳରେ ପଞ୍ଚାୟତ, କୃଷି କାର୍ଯ୍ୟାଳୟ ଓ ଯୋଗାଣ ବିଭାଗର କାମ ଠପ୍ ହୋଇପଡିଛି ।

ଖଟିଖିଆ,ଚାଷୀଙ୍କ ସମସ୍ୟା ବଢିଛି, କାର୍ଯ୍ୟାଳୟରେ ଅଧିକାରୀ ନଥିବାରୁ ସରକାରୀ ସହାୟତା ପାଇବାରୁ ହିତାଧିକାରୀ ବଞ୍ଚିତ ହେଉଛନ୍ତି । କୋରାପୁଟ୍ ଜିଲ୍ଲାରେ ଚଳିତ ବର୍ଷ ୮୪ ହଜାର ୩୭୮ ହେକ୍ଟର ଜମିରେ ଧାନ ଚାଷ କରି ରେକର୍ଡ଼ ସୃଷ୍ଟି କରିଛି । କିନ୍ତୁ କମ ବର୍ଷା ଯୋଗୁଁ ଏବେ ରୋଗ ପୋକ ଲାଗୁଛି । ହେଲେ ଏନେଇ ଚାଷୀ ଅଭିଯୋଗ କରିବାକୁ ଗଲେ ଶୁଣିବାକୁ କାର୍ଯ୍ୟାଳୟରେ କୌଣସି ଅଧିକାରୀ ନାହାନ୍ତି । ସରକାରୀ ବାବୁ ଓ ଅଧିକାରୀଙ୍କ ଆନ୍ଦୋଳନ ଯୋଗୁଁ ଚାଷୀ, ଗରିବ ହଇରାଣ ହେଉଛନ୍ତି ।