ଷ୍ଟକ ବଜାରରେ ତାଲିକାଭୁକ୍ତ ହେଲା ଏଲଆଇସି ସେୟାର : ସିଧାସଳଖ ଇକ୍ୱିଟି ବଜାରରେ ପ୍ରବେଶ ପରେ ନିବେଶକଙ୍କ କ୍ଷତି

210

କନକ ବ୍ୟୁରୋ : ସେୟାର ବଜାରକୁ ଆସିଲା ଏଲଆଇସି । ଏଲଆଇସିର ସେୟାର ଷ୍ଟକ୍ ବଜାରରେ ତାଲିକାଭୁକ୍ତ ହୋଇଛି । ଆଇପିଓରେ ଯେଉଁ ନୂଆ ନିବେଶକମାନେ ଆବେଦନ କରିଛନ୍ତି ସେମାନେ ସିଧାସଳଖ ଇକ୍ୱିଟି ବଜାରରେ ପ୍ରବେଶ କରିବାର ସୁଯୋଗ ପାଇଛନ୍ତି । ହେଲେ ସିଧାସଳଖ ଇକ୍ୱିଟି ବଜାରରେ ପ୍ରବେଶ କରିବା ପରେ ନିବେଶକଙ୍କ କ୍ଷତି ହୋଇଥିବା କୁହାଯାଉଛି । କାରଣ ୭ରୁ ୮ ପ୍ରତିଶତ ଡିସକାଉଣ୍ଟରେ ଲିଷ୍ଟିଂ ହୋଇଛି ସେୟାର ।

ବିଏସ୍ଇରେ ଆଜି ପ୍ରଥମ ଦିନରେ ୮୧ ଟଙ୍କା ୮୦ ପଇସା ଅର୍ଥାତ୍ ୮ ଦଶମିକ ୬୨ ପ୍ରତିଶତ ହ୍ରାସ ସହ ୮୬୭ ଟଙ୍କା ୨୦ ପଇସାରେ ଲିଷ୍ଟ ହୋଇଛି । ଏଲ୍ଆଇସିର ଆଇପିଓ ଦର ୯୦୨ରୁ ୯୪୯ ଟଙ୍କା ରହିଥିଲା । ଏଲ୍ଆଇସିର ସେୟାର ଷ୍ଟକ୍ ବଜାରରେ ଆସିବା ପରେ ଦୀର୍ଘମିଆଦି ନିବେଶକଙ୍କୁ ଫାଇଦା ହୋଇପାରେ । ଏଲଆଇସି ଦେଶର ସବୁଠାରୁ ଦ୍ରୁତ ଗତିରେ ବଢୁଥିବା କମ୍ପାନୀ ବୋଲି ସେୟାର ବଜାରେ ସାମିଲ ହେବା ପରେ କହିଛନ୍ତି, ଡିଆଇପିଏଏମର ସଚିବ ତୁହିନୀକାନ୍ତ ପାଣ୍ଡେ ।