ଆରମ୍ଭ ହୋଇଛି ଲାକମୀ ଫ୍ୟାଶନ ୱିକ । ଶୋର ୨ୟଦିନରେ ଶୋଷ୍ଟପର ହୋଇ ନାମୀଦାମୀ ଫ୍ୟାଶନ ଡିଜାଇନର ପୋଷାକ ପିନ୍ଧି ଷ୍ଟେଜକୁ ଓହ୍ଲାଇଲେ କଳାକାର

102

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀର ପ୍ରଗତି ମଇଦାନରେ ଆରମ୍ଭ ହୋଇଯାଇଛି ଲାକମୀ ଫ୍ୟାଶନ ୱିକ୍ ୨୦୨୩ । ୫ ଦିନ ଧରି ଚାଲିବାକୁ ଥିବା ଏହି ଫ୍ୟାଶାନ ଶୋ ଅକ୍ଟୋବର ୧୧ରୁ ଆରମ୍ଭ ହୋଇ ୧୫ ଅକ୍ଟୋବର ଯାଏଁ ଚାଲିବ । ଏଥିପାଇଁ ଦିଲ୍ଲୀରେ ପହଂଚିଛନ୍ତି ବଲିଉଡର ବହୁ ନାମିଦାମୀ ତାରକା । ଫ୍ୟାଶନ ୱିକ୍ରେ ର୍ୟାମ୍ପୱାର୍କ କରିବା ସହ ନିଜ ଜଲୱା ଦେଖାଇବାକୁ ଷ୍ଟାରମାନେ ଗ୍ଲାମରିୟସ ଅନ୍ଦାଜରେ ନଜର ଆସିଛନ୍ତି । ତେବେ ପ୍ରଥମ ଦିନର ଏହି ଫ୍ୟାଶନ ଶୋ ସଞ୍ଜୟ ଗର୍ଗଙ୍କ ମେଗା କଲେକ୍ସନ ସହ ଆରମ୍ଭ ହୋଇଯାଇଛି ।

ଶୋ’ ର ଲଂଚରେ ବଲିଉଡ ଅଭିନେତ୍ରୀ କରିସ୍ମା କପୁର, କଲକ୍ି କୋଚଲିନ୍, ଓ ସବା ଆଜାଦ ଗ୍ଲାମରିୟସ୍ ଅନ୍ଦାଜରେ ର୍ୟାମ୍ପ ୱାର୍କ କରିଥିଲେ । ଫ୍ୟାଶନ ଶୋରେ କରିସ୍ମାଙ୍କ ଲୁକ୍ ଖୁବ୍ ଆକର୍ଷଣୀୟ ରହିଥିଲା । ଡିଜାଇନର ରଅ-ମ୍ୟାଙ୍ଗୋଙ୍କ ପାଇଁ ର୍ୟାମ୍ପ ୱାର୍କ କରିଛନ୍ତି କରିସ୍ମା । ଫ୍ୟାଶନ ଶୋରେ ସେ ବ୍ଲାକ ଓ ଗୋଲ୍ଡନେ କଲର ପୋଷାକରେ ଖୁବ୍ ଗର୍ଜିୟସ ଲୁକରେ ନଜର ଆସିଥିଲେ । ସେହିପରି ଅଭିନେତ୍ରୀ କଲକି କୋଚଲିନ୍ ମଧ୍ୟ ଡିଜାଇନର ରଅ-ମ୍ୟାଙ୍ଗୋଙ୍କ ପାଇଁ ର୍ୟାମ୍ପୱାର୍କ କରିଥିଲେ । ଡିଜାଇନର ସାଢୀ ପିନ୍ଧି ର୍ୟାମ୍ପ ୱାର୍କ କରିଥିଲେ କଲକି କୋଚଲିନ୍ । ଏହା ପରେ ପରେ ଅଭିନେତ୍ରୀ ହିନା ଖାନ୍ ଓ ଆଲିୟା ଏଫଙ୍କୁ ମଧ୍ୟ ଫ୍ୟାଶନ ୱିକ୍ରେ ର୍ୟାମ୍ପ ୱାର୍କ କରୁଥିବା ଦେଖିବାକୁ ମିଳିଛି ।

ସେହିପରି ଗୁରୁବାର ଦ୍ୱିତୀୟ ଦିନରେ ବି ଫ୍ୟାଶନ୍ ଶୋ ଜାରି ରହିଛି । ଏଥିରେ ବଲିଉଡର ଅନେକ ତାରକା ର୍ୟାମ୍ପ ୱାର୍କ କରି ନିଜ ନିଜର ଜଲୱା ଦେଖାଉଛନ୍ତି ।