କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର । ୪ ଛୁଆଙ୍କୁ ଜନ୍ମ ଦେଲା ଚିତାବାଘ ସିୟାୟା ।

449

କନକ ବ୍ୟୁରୋ: ଚିତାବାଘ ଶାଶାର ମୃତ୍ୟୁ ପରେ କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର। ୪ ଛୁଆଙ୍କୁ ଜନ୍ମ ଦେଲା ଚିତାବାଘ ସିୟାୟା। ଏନେଇ ପରିବେଶ ମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ ନିଜ ଟ୍ୱିଟରେ ଏକ ଫଟୋ ମଧ୍ୟ ସେୟାର କରିଥିବା ଦେଖାଯାଇଛି, ଯେଉଁଥିରେ ବାଘ ଛୁଆ ସ୍ପଷ୍ଟ ଭାବେ ଦେଖାଯାଉଛନ୍ତି । କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ଟ୍ୱିଟ୍ କରିଛନ୍ତି ଯେ ଅମୃତ କାଳ ସମୟରେ ଆମର ବନ୍ୟଜନ୍ତୁ ସଂରକ୍ଷଣ ଇତିହାସରେ ଏକ ସ୍ମରଣୀୟ ଘଟଣା! ମୁଁ ସୂଚନା ଦେଇ ଖୁସି ଯେ ସେପ୍ଟେମ୍ବର ୧୭, ୨୦୨୨ରେ ଭାରତକୁ ଆସିଥିବା ୮ଟି ଚିତା ମଧ୍ୟରୁ ଗୋଟିଏ ଚିତା ୪ଛୁଆକୁ ଜନ୍ମ ଦେଇଛି।

ତେ‌ବେ ମାର୍ଚ୍ଚ ୨୭ରେ ଶାଶା ନାମକ ଚିତା କିଡନୀ ସଂକ୍ରମଣ ପାଇଁ ମୃତ୍ୟୁବରଣ କରିବା ପରେ ଏହା ସରକାରଙ୍କ ଚିନ୍ତା ବଢ଼ାଇଥିଲା। ହେଲେ ଏବେ ସିୟାୟା ୪ଛୁଆଙ୍କୁ ଜନ୍ମ ଦେବାରୁ ଦେଶରେ ଖୁସିର ଲହରୀ ଖେଳିଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ସେପ୍ଟେମ୍ବର ୧୭ ରେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଜନ୍ମଦିନରେ ନାମ୍ବିଆରୁ ଭାରତକୁ ଅଣାଯାଇଥିବା ୮ ଟି ଚିତାକୁ କୁନୋ ଜାତୀୟ ଉଦ୍ୟାନର ଛାଡ଼ିଥିଲେ । ୧୯୫୨ମସିହାରୁ ଚିତାକୁ ବିଲୁପ୍ତ ଘୋଷଣା କରାଯାଇଥିବା ବେଳେ ୨୦୨୨ରେ ଭାରତ ସରକାର ଆଫ୍ରିକୀୟ ଦେଶ ନାମ୍ବିଆରୁ ୮ଟି ଚିତା ଆଣିବାକୁ ଯୋଜନା କରିଥିଲେ। ଶେ‌ଷରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୮ଟି ଚିତା ଭାରତ ଆସିଥିଲେ। ୮ଜଣକ ମଧ୍ୟରେ ଜଣକର ମୃତ୍ୟୁ ହୋଇସାରିଛି।