ଦୀପାବଳି ପାଇଁ ଚଳଚଞ୍ଚଳ ପୁରୀର କୁମ୍ପୁରି ଗାଁ। ଘରେ ଘରେ ପ୍ରସ୍ତୁତ କରାଯାଉଛି ମାଟି ଦୀପ। 

82

କନକ ବ୍ୟୁରୋ: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ଆଉ ଦୀପାବଳି ପାଇଁ କୁମ୍ଭକାରମାନେ ଲାଗିପଡିଛନ୍ତି ଦୀପ ପ୍ରସ୍ତୁତିରେ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର କୁମ୍ପୁରି ଗାଁରେ କାରିଗର ମାନେ ଲାଗିପଡିଛନ୍ତି ଦୀପ ପ୍ରସ୍ତୁତିରେ । ଘରେ ଘରେ ପୁରୁଷ ଆଉ ମହିଳାମାନେ ନିଜର କାମ ସାରି ମାଟିକୁ ଚକଟି ଦୀପ ପ୍ରସ୍ତୁତରେ ଲାଗିପଡିଛନ୍ତି । କିଏ ଦୀପ ତିଆରି କରିବାରେ ଲାଗିପଡିଛି ତ କିଏ ଦୀପକୁ ଦାଣ୍ଡରେ ଶୁଖେଇବାରେ । କୁମ୍ପୁରି ଗାଁର କିଛି କୁମ୍ଭକାର ସେମାନଙ୍କ ବୃତି ଛାଡିବାକୁ ବସିଥିବାବେଳେ ଆଉ କିଛି ବୟସ୍କବ୍ୟକ୍ତି ପରମ୍ପରାକୁ ଜାବୁଡି ଧରିଛନ୍ତି । ଆଉ ଦୀପାବଳି ପାଇଁ ଭଳିିକି ଭଳି ଦୀପ ପ୍ରସ୍ତୁତ କରୁଛନ୍ତି ।

କୁମ୍ପୁରି ଗାଁର ୪୦ ପରିବାର ଏବେ ଏଭଳି ଦୀପ ପ୍ରସ୍ତୁତ କରୁଛନ୍ତି । ଦୀପାବଳି ପାଇଁ ପ୍ରତ୍ୟେକଟି ଘରେ ୨୦ ହଜାରରୁ ୩୦ ହଜାର ଦୀପ ସଜେଇ ରଖିଲଣି । ଏ ଦୀପ କେବଳ ପୁରୀ ବିକ୍ରି ପାଇଁ ନୁହେଁ ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ । ଦୀପାବଳିରେ ଦୀପ ବିକ୍ରି କରି ଦୁଇ ପଇସା ରୋଜଗାର କରିବେ ବୋଲି ଆସା ବାନ୍ଧିଛନ୍ତି କୁମ୍ଭ୍କାରମାନେ । ଏଥର ବିନା କଟକଣାରେ ଦୀପାବଳି ପାଳନ କରାଯାଉଥିବାରୁ ଗତବର୍ଷ ଅପେକ୍ଷା ଏବର୍ଷ ଭଲ ବେପାର ହେବ ବୋଲି ଆଶାରଖିଛନ୍ତି କୁମ୍ଭକାର ପରିବାର ।