କୋରାପୁଟ ପରବ ମହୋତ୍ସବରେ ମନମୋହୁଛି ଧାନରେ କଳାକୃତି । ଧାନରେ ତିଆରି ରଙ୍ଗବେରଙ୍ଗର ମୂର୍ତି କିଣିବାକୁ ବଢୁଛି ଆଗ୍ରହ

57

କନକ ବ୍ୟୁରୋ : କୋରାପୁଟ ସ୍ଥିତ ସରକାରୀ ମହାବିଦ୍ୟାଳୟ ପଡିଆ ଠାରେ ଜାତୀୟ ଲୋକ ମହୋଉତ୍ସବ ପରବ ଆରମ୍ଭ ହୋଇଯାଇଛି । ଏହି ଲୋକ ମହୋତ୍ସବ ପରବ ତିନି ଦିନ ଧରି ଚାଲିବ । ପରବ ମଂଚରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ବିଭିନ୍ନ ଷ୍ଟଲରେ ପଡିଛି ହାତ ତିଆରି ସାମଗ୍ରୀ । ନବରଙ୍ଗପୁର ଜ଼ିଲ୍ଲାର କାରିଗରଙ୍କ ଦ୍ୱାରା ଧାନରେ ତିଆରି ମୂର୍ତି ଲୋକଙ୍କୁ ଆକର୍ଷିତ କରୁଛି ।

ପରବ ଷ୍ଟଲରେ ଶୋଭା ପାଉଛି ହନୁମାନ, ଜଗନ୍ନାଥ, ମାଆ ଲକ୍ଷ୍ମୀଙ୍କ ଭଳି ଅନେକ ମୂର୍ତି । ପାରମ୍ପରିକ ଭାବେ ଏହି ଭଳି ମୂର୍ତି ତିଆରି କରି ଆସୁଛନ୍ତି କାରିଗର । ବିଭିନ୍ନ ପ୍ରକାର ଧାନ ସଂଗ୍ରହ କରି ସୁନ୍ଦର ସୁନ୍ଦର ମୂର୍ତି ତିଆରି କରିଛନ୍ତି । ଆଗକୁ ମାର୍ଗଶିର ମାସ ଗୁରୁବାର ଥିବାରୁ ଧାନରେ ତିଆରି ମୂର୍ତ୍ତି ର ଚାହିଦା ରହିଛି । ମୂର୍ତିର ଦର ଦୁଇ ସହ ଟଙ୍କାରୁ ବାର ଶହ ଟଙ୍କା ପର୍ଯ୍ୟନ୍ତ ରହିଛି । ମହୋତ୍ସବ ବୁଲି ଆସୁଥିବା ଲୋକମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ଧାନ ତିଆରି ମୂର୍ତି କିଣି ନେଉଛନ୍ତି ।

କୋରାପୁରର ପରବକୁ ଜାତୀୟ ଆଦିବାସୀ ମହୋତ୍ସବର ମାନ୍ୟତା ମିଳି ସାରିଛି । ଦୀର୍ଘ ୨୮ ବର୍ଷ ଧରି ଜିଲ୍ଲାର ଲୋକ କଳା ଓ କଳାକୁ ନେଇ ଆୟୋଜିତ ହୋଇ ଆସୁଛି ଏହି ପରବ ମହୋତ୍ସବ ।