ଛୋଟ ପରିବାର ଉପରେ ଭାଙ୍ଗି ପଡିଛି ଦୁଃଖର ପାହାଡ । କିଡନୀ ରୋଗରେ ପୀଡିତ ନିଶ୍ଚିନ୍ତକୋଇଲି ଟ୍ୟୁସନ ସାର

152

କନକ ବ୍ୟୁରୋ : ଆଗ ଭଳି ଶୁଭୁନି ଚାଟଶାଳି ସାରଙ୍କ ପଣିକିଆ ଡାକ । ପିଲା ଆସୁନାହାନ୍ତି କି ସାରଙ୍କ ପାଟି ଶୁଭୁନାହିଁ । ଜଟିଳ ରୋଗରେ ପଡି ନୀରବି ଯାଇଛନ୍ତି ସାର୍, ଶୂନଶାନ ହୋଇଯାଇଛି ପଢାଘର । କୁନି କୁନି ପିଲାଙ୍କ ଶିକ୍ଷାର ମୁଳୁଦୁଆ ପକାଉଥିବା ଚାଟଶାଳି ଗୁରୁ କଟକ ନିଶ୍ଚିନ୍ତକୋଇଲି ଭଗବାନପୁର ଗାଁର ରତିକାନ୍ତ ମୁଦୁଲି । ବର୍ଷ ବର୍ଷ ଧରି ପିଲାଙ୍କୁ ଟ୍ୟୁସନ୍ କରି ପରିବାର ଚଳାଉଥିଲେ । ହେଲେ ଦୁଇ ବର୍ଷ ହେଲା ବଦଳି ଯାଇଛି ସବୁ କିଛି । ଦୁଇଟି ଯାକ କିଡନୀ ନଷ୍ଟ ହୋଇଯିବା ପରେ ସେ ଏବେ ଶଯ୍ୟାଶାୟୀ ।

ଘରେ ଜମି ବାଡି ନାହିଁ, କି ରୋଜଗାରର ଅନ୍ୟ ମାଧ୍ୟମ ନାହିଁ । ତେଣୁ ରତିକାନ୍ତ ସାରଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଡାଏଲସିସି ଓ କୀଡନୀ ପ୍ରତିରୋପଣ ପାଇଁ ଅର୍ଥ ଯୋଗାଡ ହୋଇପାରୁନାହିଁ । ତେଣୁ ଆଉ ଭାଙ୍ଗି ପଡିଛନ୍ତି ପୁରା ପରିବାର । ସ୍ୱାମୀଙ୍କ ଚିକିତ୍ସା ଓ ପୁଅର ପାଠପଢାକୁ ନେଇ ସଂକଟରେ ପଡିଯାଇଛନ୍ତି ରତିକାନ୍ତ ସାରଙ୍କ ସ୍ତ୍ରୀ । ସ୍ୱାମୀଙ୍କୁ ସୁସ୍ଥ କରିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରୁ ସହଯୋଗ ଲୋଡିଛନ୍ତି ।

ଯଦି କୌଣସି ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ଏହି ପରିବାରକୁ ସହଯୋଗର ହାତ ବଢାଇବାକୁ ଚାହାନ୍ତି ତେବେ ରତିକାନ୍ତ ସାରଙ୍କ ସ୍ତ୍ରୀଙ୍କ ବ୍ୟାଙ୍କ ଆକାଉଁଟ ଓ ଫୋନ-ପେ ନମ୍ବରରେ ଆର୍ଥିକ ଅନୁଦାନ ଦେଇପାରିବେ ।

ନାମ-ଗୀତାଂଜଳି ମୁଦୁଲି
ଆକାଉଂଟ ନମ୍ବର-୩୫୮୬୫୩୪୭୯୬୧
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, କେନ୍ଦୁପାଟଣା
ଆଇଏଫସି କୋର୍ଡ—ଏସବିଆଇଏନ୍ ୦୦୦୩୮୧୭
ଫୋନ-ପେ ନମ୍ବର ୯୫୮୩୫୧୧୮୨୮