କିଏ ସେହି ମଣିପୁରର ଲୀନ ଲେଶରାମ୍  ? ରଣଦୀପ ହୁଡା ଯାହାକୁ ବିବାହ ହେବାକୁ ଯାଉଛନ୍ତି ।

103

ରଣଦୀପ ଏବଂ ଲିନ୍ ଲେଶରାମ୍ ଙ୍କ ପ୍ରି ୱେଡ଼ିଂ ଫଟୋ  ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲିନ ଲେଶରାମ୍ ମଣିପୁରର ଜଣେ ଜଣାଶୁଣା ମଡେଲ ଏବଂ ଅଭିନେତ୍ରୀ ମଧ୍ୟ । କେବଳ ଏତିକି ନୁହେଁ ସେ ଜଣେ ସଫଳ ମହିଳା ଉଦ୍ୟୋଗୀ ମଧ୍ୟ । ଦୁହେଁ ଦୀର୍ଘ ଦିନ ଧରି ରିଲେସନରେ ଥିଲେ । ଗତ ୨୭  ନଭେମ୍ବରରେ ଏହି ଦମ୍ପତି ଇମ୍ଫାଲରେ ପହଞ୍ଚିଛନ୍ତି ।  ଯେଉଁଠାରେ ସେମାନେ ଆଜି ୨୯ ନଭେମ୍ବର ରେ ବିବାହ କରିବାକୁ ଯାଉଛନ୍ତି ।

ବଲିଉଡର ଜଣାଶୁଣା ଅଭିନେତା ରଣଦୀପ ହୁଡା ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ସହିତ ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।  ଗର୍ଲଫ୍ରେଣ୍ଡ ଲିନ୍ ଲେଶରାମ୍  ଙ୍କ ସହ ସେ ମଣିପୁରର ଇମ୍ଫାଲରେ ବିବାହ କରିବେ । ଏହି ସମୟରେ ରଣଦୀପଙ୍କ ଭାବୀ ପତ୍ନୀ ସୋସିଆଲ ମିଡିଆରେ ପ୍ରି ୱେଡ଼ିଂ ଫଟୋ ସେୟାର କରିଛନ୍ତି । ଫଟୋ ସେୟାର ହେଲାପରେ ଲୋକମାନେ ରଣଦୀପ ହୁଡାଙ୍କ ପତ୍ନୀଙ୍କ ବିଷୟରେ ଜାଣିବାକୁ ବହୁତ ଉତ୍ସୁକତା ଦେଖାଉଛନ୍ତି ।

ଆସନ୍ତୁ ଜାଣିବା ଲିନ୍ ଲେଶରାମ୍ କିଏ ?

ଲିନ ଲେଶରାମ୍ ମଣିପୁରର ଜଣେ ଜଣାଶୁଣା ମଡେଲ ଏବଂ ଅଭିନେତ୍ରୀ ମଧ୍ୟ । କେବଳ ଏତିକି ନୁହେଁ ସେ ଜଣେ ସଫଳ ମହିଳା ଉଦ୍ୟୋଗୀ ମଧ୍ୟ । ସେ କେତେ ଗୁଡିଏ ବଲିଉଡ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି । ଲିନ୍ ଜଣେ ସଫଳ ମହିଳା ବ୍ୟବସାୟୀ ମଧ୍ୟ ଅଟନ୍ତି ଯିଏ ସାମ୍ପୋ ସାନା ନାମକ ଏକ ଅଳଙ୍କାର ବ୍ରାଣ୍ଡ ଚଲାଉଛନ୍ତି ।  ରଣଦୀପ ଓ ଲୀନ  ଉଭୟଙ୍କ ମଧ୍ୟରେ ୧୦ ବର୍ଷର ବୟସ ପାର୍ଥକ୍ୟ ଅଛି ।  ରଣଦୀପଙ୍କୁ ୪୭ ହେଇ ଥିବାବେଳେ ଲିନଙ୍କୁ ୩୭ ବର୍ଷ ।

କେଉଁ କେଉଁ ଫିଲ୍ମରେ ଅଭିନୟ କରିଛନ୍ତି ?

ଲିନ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି । ସେ ପ୍ରିୟଙ୍କା ଚୋପ୍ରାଙ୍କ ‘ମେରି କମ୍’  ଏବଂ କରୀନା କପୁରଙ୍କ ‘ଜାନେ ଜାନ’ରେ କାମ କରିଛନ୍ତି । କେବଳ ଏତିକି ନୁହେଁ, ଏହା ବ୍ୟତୀତ ସେ ‘ଉମ୍ରିକା’, ‘ରେଙ୍ଗୁନ୍’, ‘କୈଦି ବନ୍ଦୀ’ ଏବଂ ‘ଆକ୍ସନ୍’ ଭଳି ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ଚଳଚ୍ଚିତ୍ର ବ୍ୟତୀତ ଲିନ ରିଆଲିଟି ସୋ’ରେ ମଧ୍ୟ ଅଭିନୟ କରିଛନ୍ତି । ୨୦୧୨ ମସିହାରେ ତାଙ୍କୁ ଟେଲିଭିଜନ ରିଆଲିଟି ସୋ ‘କିଙ୍ଗଫିସର କ୍ୟାଲେଣ୍ଡର ଗାର୍ଲ’ରେ ଦେଖିବାକୁ ମିଳିଥିଲା ।

ପ୍ରି ୱେଡ଼ିଂ ଫଟୋ  ଭାଇରାଲ ହେଉଛି

ରଣଦୀପ ଏବଂ ଲିନଙ୍କ ପ୍ରି ୱେଡ଼ିଂ ଫଟୋ  ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ଏହି ଫଟୋଗୁଡ଼ିକରେ ଆପଣ ଦମ୍ପତିଙ୍କୁ ସେମାନଙ୍କର ସାଙ୍ଗ ଏବଂ ପରିବାର ସହିତ ମସ୍ତି କରୁଥିବାର ଦେଖିବାକୁ ପାଉଥିବେ । ପ୍ରଥମ ଚିତ୍ରରେ ରଣଦୀପ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ନାଲି ରଙ୍ଗର ପାରମ୍ପାରିକ ମଣିପୁରୀ ଶାଲ ଘୋଡ଼େଇ ହୋଇ  ସେମାନଙ୍କ ସାଙ୍ଗମାନଙ୍କ ସହିତ ପୋଜ୍ ଦେଉଥିବାର ନଜର ଆସିଛନ୍ତି ।୨୭ ରେ ପହଞ୍ଚିଥିଲେ ଇମ୍ଫାଲ ଏଥି ସହିତ ଦ୍ୱିତୀୟ ଫଟୋ ମଧୁ ଖୁବ ମଜାଳିଆ ହେଇଛି ।  ଦ୍ୱିତୀୟ ଫଟୋରେ ରଣଦୀପ ଏକ ନୃତ୍ୟ ପୋଜ୍ ଦେଉଥିବାର ନଜର ଆସିଛନ୍ତି । ଅଭିନେତା ଫଟୋରେ ଏକ ଧଳା ସାର୍ଟ ସହିତ ହାଲୁକା ନୀଳ ରଙ୍ଗର କୁର୍ତ୍ତା ପ୍ୟାଣ୍ଟ ପିନ୍ଧିଛନ୍ତି । ତାଙ୍କ ସହ ଲିନ୍ ଏକ କମଳା ରଙ୍ଗର ସୂତା ଶାଢୀ ପିନ୍ଧି ଖୁବ ସୁନ୍ଦର ଲାଗୁଛନ୍ତି । ତୃତୀୟ ଫୋଟୋଟି ହେଉଛି ରାତ୍ରୀ ଭୋଜନ ସମୟର ।  ଡାଇନିଂ ଟେବୁଲ ଉପରେ ସମସ୍ତେ ଏକାଠି ବସି ଖାଉଥିବାର  ଦେଖାଯାଉଛି । ଏହି ଦମ୍ପତି ସେମାନଙ୍କ ବିବାହ ପାଇଁ ୨୭  ନଭେମ୍ବରରେ ଇମ୍ଫାଲରେ ପହଞ୍ଚିଥିଲେ ।