ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘର : ପରିବାର ଲୋକେ ସୁରକ୍ଷିତ; ଉଠିଲା ପ୍ରଶ୍ନ ଗୋଟିଏ ଘରେ କାହିଁକି ଥିଲା ୧୫ ସିଲିଣ୍ଡର

460

କନକ ବ୍ୟୁରୋ : ନନ୍ଦପୁର ବ୍ଲକ ପାଡୁଆ ଥାନା ଅଧୀନ କୁଲାବୀର ପଞ୍ଚାୟତ ମହକୁମାରେ ଜନୈକ ବ୍ୟକ୍ତିଙ୍କ ଘରେ ଫାଟିଲା ଗ୍ୟାସ ସିଲିଣ୍ଡର । ନିଆଁ ଲାଗି ଘରଟି ସମ୍ପୂର୍ଣ ଜଳିଯାଇଥିବା ଜଣାପଡିଛି । ଖବର ପାଇ ନନ୍ଦପୁର ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲେ । ଗତକାଲି ସନ୍ଧ୍ୟା ସମୟରେ କୁଲାବୀର ଗାଁର ସୁରେନ୍ଦ୍ର ଖିଲ ନାମକ ବ୍ୟକ୍ତିଙ୍କ ଘରେ ରଖିଥିବା ଗ୍ୟାସ ସିଲିଣ୍ଡରରେ ନିଆଁ କେମିତି ଲାଗିଲା ସ୍ପଷ୍ଟ ହୋଇନଥିବା କହୁଥିବା ବେଳେ ତାଙ୍କ ଘରେ ମହଜୁଦ ଥିବା ୧୫ଟି ଗ୍ୟାସ ସିଲିଣ୍ଡର ମଧ୍ୟରୁ ୩ଟି ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଯାଇଛି ।

ଏହା ଯୋଗୁଁ ଚାରି ଆଡେ ନିଆଁ ବ୍ୟାପି ଘରଟି ଜଳିଯାଇଥିବା ଅଗ୍ନିଶମ କର୍ମଚାରୀ ସୂଚନା ଦେଇଛନ୍ତି । ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏତେ ଗୁଡ଼ାଏ ଗ୍ୟାସ ସିଲିଣ୍ଡର ତାଙ୍କ ଘରେ କେଉଁଠୁ ଆସିଲା ଏବଂ କେମିତି ନିଆଁ ଲାଗିଲା ଏହା ତଦନ୍ତ ସାପେକ୍ଷ । ଏହି ପରିଭାବେ ଏତେ ଗୁଡ଼ାଏ ସିଲିଣ୍ଡର ସାହି ଭିତରେ ରଖି ନିଜ ପରିବାରଙ୍କ ସହ ସାହି ବାସିନ୍ଦାଙ୍କ ଜୀବନ ବାଜିରେ ଲଗାଉଥିବା ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।