ଆଇପିଏସ୍ ହେବା ନିଶାରେ ନାସା ଚାକିରୀ ଛାଡିଲେ, ୫ମ ଚେଷ୍ଟାରେ ପାଇଲେ ସଫଳତା ।

988

କନକ ବ୍ୟୁରୋ: ଅନେକ ସମୟରେ ନିଜର ସ୍ୱପ୍ନ ପୂରଣ କରିବା ପାଇଁ ଲୋକେ ବହୁତ କିଛି ତ୍ୟାଗ କରନ୍ତି । ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଅନୁକ୍ରିତି ଶର୍ମା । ଆଇପିଏଏସ୍ ହେବା ପାଇଁ ଆମେରିକା ଛାଡ଼ି ଭାରତ ଆସିଲେ ଅନୁକ୍ରିତି ଶର୍ମା। ୫ଥର ଚେଷ୍ଟା କରିବା ପରେ ମିଳିଲା ସଫଳତା।

ଅଜମେର ବାସିନ୍ଦା ଅନୁକ୍ରିତି ୨୦୨୦ ବ୍ୟାଚର ଆଇପିଏସ୍ । ଅନୁକ୍ରିତି ଜୟପୁରର ଇଣ୍ଡୋ ଭାରତ ଇଣ୍ଟରନ୍ୟାସନାଲ ସ୍କୁଲରୁ ତାଙ୍କର ପାଠପଢ଼ା ସମାପ୍ତ କରିବା ପରେ କୋଲକାତାର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚରୁ ବ୍ୟାଚଲର ଅଫ୍ ସିଦ୍ଧ ମେଡିସିନ ଆଣ୍ଡ ସର୍ଜରୀରେ ଡିଗ୍ରୀ ହାସଲ କରିଥିଲେ। ହେଲେ ଆଇପିଏସ୍ ହେବାରେ ତାଙ୍କ ସ୍ୱାମୀଙ୍କ ଯୋଗଦାନ ରହିଛି । ବିବାହ ପରେ ସ୍ୱାମୀ ହିଁ ତାଙ୍କ ମାର୍ଗଦର୍ଶକ ସାଜିଥିଲେ ଏବଂ ୟୁପିଏସସିି ପ୍ରସ୍ତୁତିରେ ସାହାଯ୍ୟ କରିଥିଲେ । ୪ଥର ବିଫଳ ହେବା ପରେ ବି ଧୈର୍ଯ୍ୟ ରଖି ପ୍ରୟାସ ଜାରି ରଖିବାକୁ ସାହସ ଦେଇଥିଲେ ସ୍ୱାମୀ ବୈଭବ ମିଶ୍ରା ।

ପ୍ରଥମେ ଦୁହେଁ ଭଲ ବନ୍ଧୁ ଥିବା ବେଳେ ପରେ ଏହା ଭଲପାଇବାରେ ପରିଣତ ହୋଇଥିଲା। ୨୦୧୨ରେ ଟେକ୍ସାସର ରାଇସ୍ ୟୁନିଭରସିଟିରେ ଦୁହିଁଙ୍କୁ ପିଏଚଡି କରିବରେ ସୁଯୋଗ ଦୁହେଁ ବିବାହ କରି ପିଏଚଡି କରିବା ପାଇଁ ଟେକ୍ସାସ ଯାଇଥିଲେ। ପିଏଚଡି କରିବା ସମୟରେ ଅନୁକ୍ରିତିଙ୍କୁ ନାସାରେ ଚାକିରି କରିବାର ଅଫର ମିଳିଥିଲା। ହେଲେ କିଛି ଦିନ ଚାକିରି କରିବା ପରେ ଲକ୍ଷ ଲକ୍ଷ ଟଙ୍କାର ଦରମା ଛାଡ଼ି ଅନୁକ୍ରିତି ଓ ବୈଭବ ଭାରତ ଫେରିଥିଲେ। କାରଣ ଅନ୍ରୁକ୍ରିତିଙ୍କ ମୁଣ୍ଡରେ ସବାର ଥିଲା ଆଇପିଏସ୍ ହେବାର ଇଚ୍ଛା ।

ଭାରତ ଆସି ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଅନୁକ୍ରିତି ।  ହେଲେ ତାଙ୍କ ପାଇଁ ଆଇପିଏସ ହେବା ସହଜ ନଥିଲା। ୪ଥର ପରୀକ୍ଷା ଦେଇ ସଫଳ ନହେବା ପରେ ହାରିନଯାଇ ପଞ୍ଚମ ଥର ଚେଷ୍ଟା କରିଥିଲେ ଅନୁକ୍ରିତି। ୨୦୨୦ରେ ସେ ଦେଇଥିବା ୟୁପିଏସସି ପରୀକ୍ଷାରେ ତାଙ୍କ ସ୍ୱପ୍ନ ସଫଳ ହୋଇଥିଲା  ।