ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । କ’ଣ ରହିଛି ମହାମହିମଙ୍କ ଗସ୍ତସୂଚୀ?

168

କନକ ବ୍ୟୁରୋ: ଆଜି ଠାରୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିର୍ଦ୍ଧାରିତ ସମୟ ଠାରୁ ତିନି ଘଣ୍ଟ ପୂର୍ବରୁ ପହଞ୍ଚିବେ ମହାମହିମ । ଜିଲ୍ଲାବାସୀଙ୍କୁ ଦେବେ ଅଧିକ ସମୟ । ରାଷ୍ଟ୍ରପତି ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ନିଜ ଘରେ ରହିବେ ।

ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସମୟ ସାରଣୀରେ ସାମାନ୍ୟତମ ପରିବର୍ତ୍ତନ ହୋଇଛି । ସୋମବାର ଦିନ ୨ଟା୨୦ମିନିଟରେ ପହଞ୍ଚିିବା ପରିବର୍ତ୍ତେ ଦିନ ୧୧ଟା ୨୫ ମିନିଟ୍ରେ ବାରିପଦାରେ ପହଞ୍ଚିିବେ । ସହିଦ ସ୍ମୃତି ଭବନରେ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି । ବାରିପଦାରେ ମଧ୍ୟାନ୍ନ ଭୋଜନ ପରେ ୨ଟା ୩୫ମିନିଟ୍ରେ କୁଳିଅଣା ବ୍ଲକର ଏକଲବ୍ୟ ମଡେଲ ଆବାସିକ ସ୍କୁଲର ଉଦଘାଟନ କରିବେ । ଏହାପରେ ଅପରାହ୍ଣ ୩ଟା ୧୫ ମିନିଟ୍ରେ ରାଇରଙ୍ଗପୁର ଅଭିମୂଖେ ବାହାରିବେ । ସେହିଭଳି ୨୧ ତାରିଖରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ସେଭଳି କୌଣସି ପରିବର୍ତନ ହୋଇନାହିଁ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ଲାଗି ଜିଲ୍ଲା ପ୍ରଶାସନ ଯୁଦ୍ଧକାଳିନ ଭିତିରେ ସମସ୍ତ ପ୍ରସ୍ତୁତି କରିଛି । ଜିଲ୍ଲାପଳ ନିଜେ ସହିଦ ସ୍ମୃତିଭବନ ସହିତ ପୋଲିସ ଲାଇନ ହେଲିପ୍ୟାଡର ସମୀକ୍ଷା କରିଛନ୍ତି ।

ରାଷ୍ଟ୍ରପତିଙ୍କ ଗସ୍ତସୂଚୀ:
ଆଜିର କାର୍ଯ୍ୟକ୍ରମ
ଦିନ ୧୧ଟା ୨୫ମିନିଟ୍ରେ ବାରିପଦାରେ ପହଂଚିବେ
ଦିନ ୧୧.୨୫- ୧୨.୨୫ ମିନିଟ– ସହିଦ ସ୍ମୃତି ଭବନରେ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ
ବାରିପଦାରେ ମଧ୍ୟାନ୍ନ ଭୋଜନ କରିବେ
ଦିନ ୨ଟା ୩୫ରୁ ୩ଟା ୧୫ ମିନିଟ – କୁଳିଅଣା ବ୍ଲକରେ ଏକଲବ୍ୟ ମଡେଲ ଆବାସିକ ସ୍କୁଲର ଉଦଘାଟନ କରିବେ
ଅପରାହ୍ଣ ୩ଟା ୧୫ ମିନିଟ୍ – ରାଇରଙ୍ଗପୁର ଅଭିମୂଖେ ବାହାରିବେ ମହାମହିମ
ରାଇରଙ୍ଗପୁରରେ ରାତ୍ରୀ ଯାପନ କରିବେ
ରାଷ୍ଟ୍ରପତିଙ୍କ ଗସ୍ତସୂଚୀ

ଆସନ୍ତାକାଲିିର କାର୍ଯ୍ୟକ୍ରମ :
ସକାଳ ୮ଟା ୧୫ମିନିଟ – ପାହାଡପୁର ଗାଁରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ
ସକାଳ ୮ଟା ୧୭ ମିନିଟରୁ ୮ଟା ୧୯ ମିନିଟ – ପାହାଡପୁର ମୁର୍ମୁ ଛକରେ ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ
ସକାଳ ୮ଟା ୨୧ରୁ ୮ଟା ୪୫ ମିନିଟ – ପ୍ରୟାସ ଟ୍ରଷ୍ଟର ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରର ଉଦଘାଟନ
ସକାଳ ୮ଟା ୫୦ ମିନିଟରୁ ୯ଟା ୧୫ – ଏସଏଲଏସ ମୋମେରିଆ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ
ଏସଏଲଏସ ମୋମେରିଆ ଆବାସିକ ବିଦ୍ୟାଳୟ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ
ସକାଳ ୯ଟା ୩୫ରୁ ଦିନ ୧୦ଟା ୪୫ ବାଦାମପାହାଡ ରେଳ ଷ୍ଟେସନରେ ୩ଟି ନୂଆ ଟ୍ରେନର ଶୁଭାରମ୍ଭ କରିବେ
ଟାଟାନଗର-ବାଦାମପାହାଡ-ମେମୁ ଟ୍ରେନ
ବାଦାମପାହାଡ-ରାଉରକେଲା ଏକ୍ସପ୍ରେସ ଟ୍ରେନ
ଶାଲିମାର-ବାଦାମପାହାଡ ଏକ୍ସପ୍ରେସର ଶୁଭାରମ୍ଭ କରିବେ ରାଷ୍ଟ୍ରପତି
ବାଦାମପାହାଡ ରେଳ ଷ୍ଟେସନ ଉନ୍ନତିକରଣ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ
ଦିନ ୧୦ଟା ୪୫ରୁ ଦିନ ୧୧ଟା ୧୫ବାଦାମ ପାହାଡ ରେଳ ଷ୍ଟେସନରୁ ରାଇରଙ୍ଗପୁରକୁ ଟ୍ରେନ ଯାତ୍ରା
ଦିନ ୧୧ଟା ୪୦ରୁ ଦିନ ୧୧ଟା ୪୫- ରାଇରଙ୍ଗପୁର ପୋଷ୍ଟାଲ ଡିଭିଜନ ପରିଦର୍ଶନ
ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଇରଙ୍ଗପୁରରୁ ସମ୍ବଲପୁର ଯିବେ
ଅପରାହ୍ନ ୪ଟା – ସମ୍ବଲପୁରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ଅପରାହ୍ନ ୪ଟା ୧୦- ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ଅପରାହ୍ନ ୪ଟା ୩୦ରୁ ସନ୍ଧ୍ୟା ୫ଟା ୩୦ – ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ
ସନ୍ଧ୍ୟା ୫ଟା ୩୦ – ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ