‘ମୋ ସ୍ୱାମୀ ଉଦ୍ଧାର ହେବା ଯାଏଁ ମୁଁ ଏଇଠି ବସିରହିବି’ । ଶିଶୁପୁତ୍ର ସହ ଅପେକ୍ଷାରେ ଟନେଲରେ ଫଶିରହିଥିବା ଶ୍ରମିକଙ୍କ ପତ୍ନୀ ।
କନକ ବ୍ୟୁରୋ: ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ଫସିଥିବା ୪୧ ଜଣ ଶ୍ରମିକଙ୍କ ଭିତରୁ ଜଣେ ହେଉଛନ୍ତି ବୀରେନ୍ଦ୍ର କିସ୍କୁ । ତାଙ୍କର ଉଦ୍ଧାର ନେଇ ସ୍ତ୍ରୀ ରଜନୀ ଟୁଡୁ ଘୋର ଚିନ୍ତାରେ । ସ୍ୱାମୀ ସୁରକ୍ଷିତ ଉଦ୍ଧାର ହେବାଯାଏଁ ସୁଡ଼ଙ୍ଗ ବାହାରେ ଅପେକ୍ଷା କରିବେ ବୋଲି କହିଛନ୍ତି ୩୦ ବର୍ଷୀୟା ବିହାର ବାସିନ୍ଦା ରଜନୀ।

Kanak News is now on WhatsApp
Join and get latest news updates delivered to you via WhatsApp
ଶନିବାର ସୁଡ଼ଙ୍ଗ ଭିତରେ ଫସିଥିବା ସ୍ୱାମୀଙ୍କ ସହ ରଜନୀଙ୍କୁ କଥା କରାଇ ଦିଆଯାଇଥିଲା। ଗଣମାଧ୍ୟମ ଆଗରେ ରଜନୀ କହିଛନ୍ତି, ସ୍ୱାମୀଙ୍କ ନିରାପତ୍ତା ନେଇ ସେ ମାନସିକ ଦୁଶ୍ଚିନ୍ତା ଭିତରେ ଗତି କରୁଛନ୍ତି । ଦୀପାବଳି ଦିନକ ପୂର୍ବରୁ ସେ ସ୍ୱାମୀ ବୀରେନ୍ଦ୍ରଙ୍କ ସହ କଥା ହୋଇଥିଲେ। ଦୀପାବଳିରେ ତାଙ୍କ ଫୋନ ଆସିବ ବୋଲି ଅପେକ୍ଷା କରିଥିଲେ। କିନ୍ତୁ ତାଙ୍କର ଫୋନ ଆସି ନ ଥିଲା। ବରଂ ଟନେଲରେ ସେ ଫଶୀଯାଇଥିବା ଖବର ଆସିଥିଲା । କହିରଖୁଁ, ୧୯ ବର୍ଷ ହେବ ଉଭୟଙ୍କର ବାହାଘର ହୋଇଥିବା ବେଳେ ସେମାନଙ୍କର ଜଣେ ୩ ବର୍ଷର ପୁଅ ସହ ୪ ସନ୍ତାନ ଅଛନ୍ତି।