କ୍ରିକେଟର ଧୋନୀଙ୍କ ସମ୍ପତ୍ତି କେତେ? କ୍ରିକେଟ ବ୍ୟତୀତ ଆଉ କେଉଁଥିରୁ ପାଆନ୍ତି ଅର୍ଥ?

969

କନକ ବ୍ୟୁରୋ: କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ସମ୍ପତ୍ତି କଥା କହିବା ତ ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୦୪୦ କୋଟିରୁ ଅଧିକ ହେବ । ଏଥିରେ କ୍ରିକେଟରୁ ହେଉଥିବା ଆୟ ବ୍ୟତୀତ ବିଭିନ୍ନ କମ୍ପାନୀର ବ୍ରାସ ଏଣ୍ଡୋର୍ସମେଣ୍ଟ, ଏକାଧିକ ଷ୍ଟାର୍ଟଅପରେ କରିଥିବା ନିବେଶରୁ ଆସୁଥିବା ରିଟର୍ଣ୍ଣ ସହ ଅନ୍ୟ ବ୍ୟବସାୟରୁ ହେଉଥିବା ଆୟ ମଧ୍ୟ ସାମିଲ ଅଛି ।

କ୍ରିକେଟ ଜଗତରେ ସ୍ୱତନ୍ତ୍ର ପରିଚୟ ବହନ କରିଥିବା ମହେନ୍ଦ୍ର ସିଂ ଧୋନୀ ଅନ୍ତରାଷ୍ଟ୍ରିୟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ବି ଲାଇମଲାଇଟରେ ରହିଛନ୍ତି । ଆୟ ମାମଲାରେ ଧୋନୀଙ୍କ ଗଣତି ଦୁନିଆର ସବୁଠୁ ଧନୀ କ୍ରିକେଟରଙ୍କ ମଧ୍ୟରେ ରହିଛି । ତେବେ କେଉଁ ସବୁ ମାଧ୍ୟମରୁ ତାଙ୍କର କେତେ ଆୟ ହେଉଛି ଆସନ୍ତୁ ସଂକ୍ଷେପରେ ଜାଣିବା

ପ୍ରଥମ କ୍ରିକେଟ କଥା ଆସିଲେ ଏଥିରେ ସଫଳତାକୁ ସାରା ବିଶ୍ୱ ଜାଣେ । ଅନ୍ତରାଷ୍ଟ୍ରିୟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ବି ଆଇପିଏଲରେ ତାଙ୍କ ଦବଦବା ରହିଛି । ପ୍ରତି ଆଇପିଏଲ ପିଛା ଧୋନୀ ନିଅନ୍ତି ୧୨ କୋଟି । ଗତ ଆଇପିଏଲ ସିଜିନ ୧୬ରେ ସିଏସକେ କ୍ୟାପ୍ଟେନ ଭାବେ ତାଙ୍କୁ ୧୭୮ କୋଟି ଟଙ୍କା ମିଳିଥିବା ଜଣାପଡିଛି ।

କ୍ରିକେଟ ବ୍ୟତୀତ ଅନ୍ୟ ମାଧ୍ୟମରୁ ତାଙ୍କର ଏବେ ଯାଏଁ ନେଟଓର୍ଥ ହେଉଛି ୧୦୪୦ କୋଟି ।କ୍ରିକେଟ ସହ ବିଜ୍ଞାପନ, ସ୍ପୋର୍ଟିଙ୍ଗ ଡାଇରେକ୍ସନ୍, ବିଜନେସ୍ ଫର୍ମସ୍ ଆଦିରେ ତାଙ୍କର ନିବେଶ ମଧ୍ୟ ତାଙ୍କୁ ମାଲାମାଲ କରୁଛି । ଏଥିରୁ ମାସିକ ତାଙ୍କୁ ୪ କୋଟିରୁ ଅଧିକ ଅର୍ଥ ମିଳିଥାଏ ।

ବିଜ୍ଞାପନ କ୍ଷେତ୍ରରେ ଧୋନୀ ବେଶ୍ ଆଗରେ ଏପରିକି ଅଭିନେତା ଅମିତାଭ ବଚ୍ଚନ ଓ ରଣବୀର ଓ କ୍ରିକେଟର ବିରାଟ କୋହଲିଙ୍କ ଠାରୁ ମଧ୍ୟ ଆଗରେ ଅଛନ୍ତି । ବିଜ୍ଞାପନ କ୍ଷେତ୍ରରେ ପାଖାପାଖି ୩୦ଟି ବ୍ରାଣ୍ଡସ୍ ଏଣ୍ଡୋର୍ସମେଣ୍ଟରେ ସେ ସାମିଲ ଅଛନ୍ତି । ଖାଲି ଏତିକି ନୁହେଁ ରାଞ୍ଚି ସ୍ଥିତ ଫାର୍ମହାଉସରେ ଧୋନୀ କଡକନାଥ କୁକୁଡା ଚାଷ ମଧ୍ୟ କରୁଛନ୍ତି, ଯାହାର ମାଂସ କେଜି ପିଛା ୧୦୦୦ ଟଙ୍କା ।

ଡେରାଡୁନରେ ରହିଛି ଧୋନୀଙ୍କର ବର୍ଣ୍ଣାଢ୍ୟ ଘର । ଏହାସହ ରାଞ୍ଚିରେ ଅଛି ୪୩ ଏକର ବିଶିଷ୍ଟ ଫାର୍ମହାଉସ୍ । ଏହିଠାରେ ଧୋନୀ ପତ୍ନୀ ସାକ୍ଷୀ ଓ ଝିଅ ଜିଭା ସହ ରହୁଛନ୍ତି । ଏହାସହ ରାଞ୍ଚିରେ ତାଙ୍କର ‘ହୋଟେଲ ମାହି ରେସିଡେନ୍ସି’ ନାଁରେ ହୋଟେଲ ରହିଛି । ମାହିଙ୍କର ୭ ଟି ବିଦେଶୀ ଦାମୀ କାର ସହ ୪ଟି ଦାମୀ ବାଇକ୍ ମଧ୍ୟ ରହିଛି ।