ମୁସଲମାନଙ୍କ ଛାଡପତ୍ର ଓ ଦ୍ୱିତୀୟ ବିବାହ ରୋକିପାରିବେନି କୋର୍ଟ, କେରଳ ହାଇକୋର୍ଟର ବଡ ବୟାନ …

330

କନକ ବ୍ୟୁରୋ: ମୁସଲମାନଙ୍କ ଛାଡପତ୍ର ଏବଂ ଦ୍ୱିତୀୟ ବିବାହ ରୋକିପାରିବେନି କୋର୍ଟ । କେରଳ ହାଇକୋର୍ଟ ଏହି ମନ୍ତବ୍ୟ ରଖିଛନ୍ତି । ଫ୍ୟାମିଲି କୋର୍ଟରୁ ଲଗାଇଯାଇଥିବା ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦୁଇଟି ଆବେଦନ ହୋଇଥିଲା । ଏହା ଉପରେ ଶୁଣାଣି କରି କେରଳ ହାଇକୋର୍ଟ ଏହି ପ୍ରତିକ୍ରିୟା ରଖିଛନ୍ତି । କୋଲ୍ଲମ ଅଞ୍ଚଳରେ ଗୋଟିଏ ମାମଲା ସାମ୍ନାକୁ ଆସିଥିଲା ଯେଉଁଠାରେ ଫ୍ୟାମେଲି କୋର୍ଟରେ ଜଣେ ମୁସଲିମ ମହିଳାଙ୍କ ଆବେଦନ ଉପରେ ତାଙ୍କ ସ୍ୱାମୀ ତଲାଖ କହିବା ଉପରେ ରୋକ ଲଗାଇଥିଲେ । ତେବେ ମହିଳା ଜଣଙ୍କୁ ତାଙ୍କ ସ୍ୱାମୀ ପୂର୍ବରୁ ଦୁଇଥର ତଲାଖ କହିସାରିଥିଲେ । ଏହା ପରେ କୋର୍ଟ ତାଙ୍କ ତଲାଖ କହିବା ଉପରେ ରୋକ ଲଗାଇଥିଲା ।

ତେବେ ମହିଳାଙ୍କ ସ୍ୱାମୀ ଆଇନଜୀବୀ ମାଜିଦା ଏସଙ୍କ ଜରିଆରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଫ୍ୟାମେଲି କୋର୍ଟରୁ ଜାରି ହୋଇଥିବା ଆଦେଶକୁ ସେ ଚ୍ୟାଲେଞ୍ଜ କରିଥିଲେ । କେରଳ ହାଇକୋର୍ଟରେ ମାମଲାର ବିଚାର ବେଳେ ଜଷ୍ଟିସ ଏ ମହମ୍ମଦ ମୁସ୍ତାକ ଏବଂ ଜଷ୍ଟିସ ସୋଫି ଥମ୍ପସନଙ୍କ ବେଞ୍ଚ ଫ୍ୟାମେଲି କୋର୍ଟର ଆଦେଶକୁ ଖାରଜ କରିଥିଲେ । ହାଇକୋର୍ଟ ସମ୍ବିଧାନର ଅନୁଚ୍ଛେଦ ୨୫କୁ ଦର୍ଶାଇ କହିଥିଲେ ବ୍ୟକ୍ତିଗତ ଆଇନର ବ୍ୟବହାର କରୁଥିବା ଲୋକଙ୍କୁ ରୋକିବା ପାଇଁ ଅଦାଲତର କୌଣସି ଭୂମିକା ନାହିଁ ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି, ଯଦି ଏଭଳି କିଛି ଆଦେଶ ଜାରି କରାଯାଏ ତେବେ ସେହି ବ୍ୟକ୍ତିର ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହୋଇଥାଏ । ଫ୍ୟାମେଲି କୋର୍ଟ ଦ୍ୱିତୀୟ ବିବାହ କିମ୍ବା ଛାଡପତ୍ରକୁ ରୋକିପାରିବେ ନାହିଁ ।