ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଚା ପିଉଥିବା ବେଳେ ଯୁବକଙ୍କୁ ୧୬ ଥର ଛୁରାମାଡ କରି ହତ୍ୟା

484

କନକ ବ୍ୟୁରୋ : ଥରେ ନୁହେଁ କି ଦୁଇଥର ନୁହେଁ ୧୬ ଥର ଛୁରୀ ଭୁଷି ହତ୍ୟା । କେନ୍ଦ୍ରାପଡା ଟାଉନଥାନା ଅନ୍ତର୍ଗତ ଟାଉନ ବଳରାମପୁରରେ ଏଭଳି ଘଟଣା ଘଟିଛି । ଛୁରୀ ମାଡରେ ପ୍ରାଣ ହରାଇଥିବା ବ୍ୟକ୍ତି ହେଉଛନ୍ତି ସଦର ଥାନା ଅନ୍ତର୍ଗତ ସାରଙ୍ଗ ଗାଁର ଅକ୍ଷୟ ଖଟୁଆ । ଅକ୍ଷୟ ଜଣେ ଏସି ମେକାନିକ ଭାବେ କାମ କରୁଥିଲେ । ଅକ୍ଷୟ ତାଙ୍କର ଜଣେ ବନ୍ଧୁଙ୍କ ବଳରାମ ମହାରଣାଙ୍କ ସହ ଏସ ମରାମିତ କାମ ସାରି ଫେରୁଥିବାବେଳେ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଅଟକି ପାନ ଦୋକାନରେ ପାନ କିଣୁଥିଲେ । ଏହି ସମୟରେ ହଠାତ୍ ଆଦିତ୍ୟ ପ୍ରସାଦ ବେହେରା ନାମକ ଜଣେ ଯୁବକ ପଂହଚି ବଳରାମଙ୍କୁ ଧାରୁ ଅସ୍ତ୍ରରେ ଆକ୍ରମଣ କରିଥିଲେ ।ବଳରାମ ଖସି ପଳାଇଥିଲେ । ଏହାପରେ ଅକ୍ଷୟଙ୍କୁ ଆକ୍ରମଣ କରି ତଳେ ପକାଇଦେଇଥିଲେ । ଅକ୍ଷ.ୟ ତଳେ ପଡିଯିବା ପରେ ତାଙ୍କୁ ବାରମ୍ବାର ଛୁରୀ ଭୁଷି ଚାଲିଥିଲେ । ଅଭିଯୁକ୍ତ ଆଦିତ୍ୟଙ୍କୁ ପୁଲିସ ଅଟକ ରଖିଛି । ସେ ଜଣେ ମାନସିକ ବିକାରଗସ୍ତ ଲୋକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।ପୁଲିସ ତଦନ୍ତ ଆରମ୍ଭ କରିଛି ।