ପୁଣି ସମସ୍ୟାରେ ଅଭିନେତ୍ରୀ ଶିଳ୍ପା ସେଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା । ବିଟ କଏନ ସ୍କାମ ମାମଲାରେ ରାଜଙ୍କ ୯୮କୋଟି ମୂଲ୍ୟର ସମ୍ପତି ଜବତ

174

କନକ ବ୍ୟୁରୋ : ପୁଣି ଥରେ ସମସ୍ୟାରେ ଅଭିନେତ୍ରୀ ଶିଳ୍ପା ସେଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ।ବିଟକଏନ ପଞ୍ଜିସ୍କାମ ମାମଲାରେ କୁନ୍ଦ୍ରାଙ୍କ ୯୮କୋଟି ମୂଲ୍ୟର ସମ୍ପତି ଜବତ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଜବତ ସମ୍ପତି ମଧ୍ୟରେ ରହିଛି ଜୁହୁ ସ୍ଥିତ ଏକ ବିରାଟ ଘର, ପୁଣେର ଏକ ବଙ୍ଗଳା, ଇକ୍ୟୁଟି ସେୟାର ସହ ବହୁ ମୂଲ୍ୟ ସ୍ଥାବର ଅସ୍ଥାବର ସମ୍ପତି । ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ର ଓ ଦିଲ୍ଲୀ ପୁଲିସର ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଏବେ ଆସନ୍ତୁ ଜାଣିବା କ’ଣ ରହିଛି ପୂରା ମାମଲା

ଭ୍ୟାରିବୁଲ ଟେକ୍ ପ୍ରାଇଭେଟ ନାମକ ସଂସ୍ଥା ନାଁରେ ଠକେଇ ମାମଲା ରହିଛି । ବିଟ୍ କଏନ ଜରିଆରେ ନିବେଶକଙ୍କୁ ଠକି ୭ହଜାର କୋଟି ଟଙ୍କା ନିଜ ପାଖରେ ରଖିଛି
୨୦୧୯ରେ ପ୍ରଥମ ମାମଲା ରୁଜୁ ହୋଇଥିଲା । ପରେ ମାମଲା କୋର୍ଟରେ ପହଁଚିଥିଲା ।

ମହାରାଷ୍ଟ୍ର ପୁଲିସ ଓ ଦିଲ୍ଲୀ ପୁଲିସ ଅଭିଯୋଗ କ୍ରମେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମାମଲାର ୪ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅମିତ, ଅଜୟ, ସିମ୍ପି ଓ ମହେନ୍ଦ୍ର ଭରଦ୍ୱାଜ । ମାଷ୍ଟରମାଇଣ୍ଡଙ୍କୁ ଜେରା ସମୟରେ ରାଜ କୁନ୍ଦ୍ରାଙ୍କ ନାଁ ସାମ୍ନାକୁ ଆସିଛି । ସଂସ୍ଥାଠୁ ୨୮୫ ବିଟ କଏନ ପାଇଛନ୍ତି ରାଜ ଓ ଯାହାର ମୂଲ୍ୟ ଦେଢ଼ଶହ କୋଟି ଟଙ୍କା । ସଂସ୍ଥା ଲୋକଙ୍କୁ ଲୋଭ ଦେଖାଇ ବିଟକଏନ ର୍ୟାକେଟ ଚଳାଉଥିଲା । ମାମଲାରେ ଏବେ ସୁଦ୍ଧା ୩ଜଣଙ୍କୁ ଗିରଫ କରାଯାଇଛି ଓ ଦୁଇଜଣ ଫେରାର ଅଛନ୍ତି ।

ଇଡି ପିଏମଏଲଏ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି ଓ ସୋସିଆଲ ମିଡିଆ ଏକ୍ସରେ ଏନେଇ ସୂଚନା ଦେଇଛି । ୨୦୨୧ ମସିହାରେ ଅଶ୍ନୀଳ ଭିଡିଓ ଓ ଫିଲ୍ମ ମାମଲାରେ ଫସିଥିଲେ ରାଜ କୁନ୍ଦ୍ର । ଗିରଫର ଦୁଇମାସ ପରେ ଜେଲରୁ ମୁକୁଳୁଥିଲେ । କିଛି ଦିନ ନଯାଉଣୁ ପୁଣି ସମସ୍ୟାରେ ପଡିଛନ୍ତି ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ।ତେବେ ଇଡି କାର୍ଯ୍ୟାନୁଷ୍ଠାନ ଓ ଅଭିଯୋଗ ସମ୍ବନ୍ଧରେ ସେଲିବ୍ରେଟିଙ୍କ ପରିବାର ପକ୍ଷରୁ ଏବେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନି ।