କେନ୍ଦ୍ରାପଡାରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ । ପୁଣି ଫେରୁଛି କି ଗ୍ୟାଙ୍ଗ ୱାର?

491

କନକ ବ୍ୟୁରୋ : ହାତରେ ହକି ଷ୍ଟିକ ଓ ମାରଣାସ୍ତ୍ର ଧରି ମାଡି ଆସୁଛନ୍ତି ଯୁବକ । ଏହା କୈାଣସି ଫିଲ୍ମ କିମ୍ବା ଟିଭି ସିରିଏଲର ନୁହେଁ । ସିସିଟିଭିରେ କଏଦ ଦୃଶ୍ୟ ହେଉଛି କେନ୍ଦ୍ରାପଡା ସହରର ବ୍ୟସ୍ତବହୁଳ ବଜାରର ।

ଦାଦା ବଟି ପାଇଁ ବଜାର ଭିତରେ, ମୁଖାପିନ୍ଧା ଦୁର୍ବୃତଙ୍କ ଦାଦାଗିରି । ପୁଲିସର ଭୟ ନାହିଁ କି କାହାରିକୁ ଖାତିର ନାହିଁ । ୧୦ରୁ ୧୨ଜଣ ଦୁର୍ବୃତ ମାରଣାସ୍ତ୍ର ଧରି ଦୋକାନରେ ଧସେଇ ପଶିଲେ । କିଛି କଥାବାର୍ତାନ କରି ସିଧା କ୍ୟାସ କାଉଂଟରରେ ବସିଥିବା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଆଉ ସେହି ସମୟର ସଂପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଦୁର୍ବୃତଙ୍କ ଆକ୍ରମଣରେ ସହରର ପ୍ରତିଷ୍ଠିତ ବ୍ୟବସାୟୀ ଶାଢୀ ସଂସାର ଦୋକାନର ମାଲିକ ଖାଦ୍ଦିମ ବକ୍ସ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।

ଅଭିଯୋଗ ଅନୁସାରେ କିଛି ଯୁବକ ବ୍ୟବସାୟୀ ଖାଦୀମ ବକ୍ସଙ୍କୁ ଦାଦା ବଟି ମାଗିଥିଲେ । ହେଲେ ବଟି ଦେବାକୁ ମନା କରିବାରୁ ଏଭଳି ଆକ୍ରମଣ ହୋଇଛି । ଏନେଇ ଥାନାରେ ଏତଲା ଦିଆଯାଇଛି   । ପୁରା ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ବଡହାଟ ବଜାର କମିଟି ପ କ୍ଷରୁ ଦୋକାନ ବଜାର ବନ୍ଦ କରାଯାଇଥିଲା । ଅନ୍ୟପଟେ ପୋଲିସ ଅଭିଯୋଗର ତଦନ୍ତ କରି ୬ ଜଣ ହାର୍ଡକୋର ଅପରାଧୀଙ୍କୁ ଗିରଫ କରିଛି ।

ସନ୍ଧ୍ୟା ସମୟରେ ବ୍ୟବସ୍ତବହୁଳ ବଜାର ଭିତରେ ମୁଖାପିନ୍ଧା ଦୁର୍ବୃତଙ୍କ ଆତଙ୍କରାଜ, କେନ୍ଦ୍ରାପଡାର ପୁରୁଣା ସ୍ମୃତିକୁ ତାଜା କରିଛି । ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି, ଏକଦା ଗ୍ୟାଙ୍ଗଷ୍ଟର ଓ ଗ୍ୟାଙ୍ଗୱାର ପାଇଁ କୁଖ୍ୟାତି ପାଇଥିବା କେନ୍ଦ୍ରାପଡାରେ ପୁଣି ଗ୍ୟାଙ୍ଗଷ୍ଟରଙ୍କ ଯୁଗ ଫେରୁଛି କି?