କନକ ନ୍ୟୁଜର ୱିମେନ କନକ୍ଲେଭ ଅନନ୍ୟା ୨୦୨୩: କନକ୍ଲେଭର ମୁଖ୍ୟ ଆକର୍ଷଣ ବଲିଉଡ ଅଭିନେତ୍ରୀ ଏବଂ ରାଜନେତା ଜୟାପ୍ରଦା

133

କନକ ବ୍ୟୁରୋ: କନକ ନ୍ୟୁଜର ଓମେନ କନକ୍ଲେଭ ଅନନ୍ୟା ୨୦୨୩ । ଭୁବନେଶ୍ୱରର ଆଇଟିସି ୱେଲକମ ହୋଟେଲରେ ଆୟୋଜନ ହେଉଛି ଏହାର ପଂଚମ ସଂସ୍କରଣ । କନକ୍ଲେଭର ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡର ୭୦ଦଶକର ସୁପ୍ରତିଷ୍ଠିତ ଅଭିନେତ୍ରୀ ଏବଂ ରାଜନେତା ଜୟାପ୍ରଦା । କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଭୁବନେଶ୍ୱରରେ ପହଂଚିଛନ୍ତି ଜୟାପ୍ରଦା । ଓଡ଼ିଶାକୁ ଆସି ସେ ବେଶ ଖୁସି ଅନୁଭବ କରୁଥିବା ପ୍ରତିକ୍ରିୟାରେ କହିଛନ୍ତି । ଅପରାହ୍ନ ସାଢେ ୪ଟାରୁ ଆପଣମାନେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିପାରିବେ । ମହିଳାମାନଙ୍କୁ ନେଇ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନାରେ ଭାଗ ନେବେ ଅଭିନୟ ଓ ଉଦ୍ୟୋଗ କ୍ଷେତ୍ରରେ ସଫଳତା ପାଇଥିବା ବ୍ୟକ୍ତିତ୍ୱ । ବିବାହ ପରର ଜୀବନ ସମ୍ପର୍କରେ ଆଲୋଚନା କରିବେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓ ଝିଲିକ ଭଟ୍ଟାଚାର୍ଯ୍ୟ । ସେହିପରି ଗୃହିଣୀଙ୍କୁ ଦରମା ମିଳିବା ଉଚିତ କି, ସେ ନେଇ ଚର୍ଚ୍ଚାରେ ଭାଗ ନେବେ ଅଭିନୟ ଜଗତ ଛାଡି ସଂସାର ସଜାଡୁଥିବା ମାମା ମିଶ୍ରଙ୍କ ସହ ସମାଜସେବୀ ସରିତା ବଡପଣ୍ଡା ଓ ଅନୁରାଧା ମହାନ୍ତି । କାର୍ଯ୍ୟକ୍ରମରେ ସମାଜରେ ପରିବର୍ତନ ସୂତ୍ରଧାର ପାଲଟିଥିବା କିଛି ମହିଳାଙ୍କୁ ସମ୍ମାନିତ କରାଯିବ । ଜଳ ସଂରକ୍ଷଣର ଜାଗ୍ରତ ପ୍ରହରୀ ପାଲଟିଥିବା ସରସ୍ୱତୀ ବାରିକ ଓ ସୁନନ୍ଦା ଦାସ, ସମାଜସେବା କ୍ଷେତ୍ରରେ ଅନନ୍ୟ ଉଦାହରଣ ତିଆରି କରିିଥିବା ମୃଣାଲିନୀ ପାଢୀ, ଯୁବ ମହିଳା ଉଦ୍ୟୋଗୀ ସ୍ୱସ୍ତି ମିଶ୍ର, ପ୍ରିୟଦର୍ଶୀନି ଦାସ ଓ ପରିବେଶବିତ ନୀଳିମା ମିଶ୍ରଙ୍କୁ ସମ୍ମାନିତ କରାଯିବ ।