ଆଇପିଏଲରେ ନେଟ୍ ବୋଲର୍ସଙ୍କୁ କେତେ ମିଳେ ଦରମା? କେମିତି କରାଯାଏ ନେଟ୍ ବୋଲର୍ସଙ୍କ ଚୟନ?

3,131

କନକ ବ୍ୟୁରୋ: କାଲିଠାରୁ ଆରମ୍ଭ ହେବ ଆଇପିଏଲ ୨୦୨୩ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ । ଆଇପିଏଲକୁ ନେଇ ସବୁ ଟିମ ନିଜ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଏହାସହ ନିଜ ହୋମ ଟାଉନରେ ଟ୍ରେନିଂ କ୍ୟାମ୍ପ ମଧ୍ୟ ଆରମ୍ଭ ହୋଇଗଲାଣି । ଖେଳାଳିମାନଙ୍କ ପ୍ରାକ୍ଟିସ ପାଇଁ ଏହି କ୍ୟାମ୍ପକୁ ନେଟ ବୋଲର୍ସଙ୍କୁ ଡାକରା ଆସିଥାଏ । ହେଲେ ଆପଣ ଜାଣିଛନ୍ତି କି ଆଇପିଏଲରେ ନେଟ ବୋଲର୍ସଙ୍କୁ କେତେ ଟଙ୍କା ଦରମା ମିଳିଥାଏ?

ଆଇପିଏଲ ଖେଳାଳିଙ୍କୁ କେତେ ଟଙ୍କା ମିଳିବ ତାହା ନିଲାମୀ ଓ କଣ୍ଟ୍ରାକ୍ଟରୁ ଧାର୍ଯ୍ୟ ହୋଇଥାଏ । ହେଲେ ନେଟ ବୋଲର୍ସଙ୍କୁ କେତେ ଦରମା ମିଳେ ତାହା କାହାକୁ ବି ଜଣାନଥାଏ । ଯଦି ଆପଣଙ୍କୁ କୁହାଯିବ ନେଟ ବୋଲର୍ସଙ୍କୁ ତାଙ୍କ ପାରିଶ୍ରମିକ କିଛି ବି ମିଳିନଥାଏ ସେମାନେ ଫ୍ରିରେ ସର୍ଭିସ ଦେଇଥାନ୍ତି ତେବେ ଆପଣ ନିଶ୍ଚୟ ଚକିତ ହୋଇଯିବେ । ଆପଣ ଭାବିବେ ଖେଳାଳି ଓ ଷ୍ଟାଫଙ୍କୁ କୋଟି କୋଟି ଟଙ୍କା ଦେଉଥିବା ଫ୍ରାଞ୍ଚାଇଜ କଣ ସତରେ ନେଟ ବୋଲରଙ୍କୁ ଫ୍ରିରେ କାମ କରାଇଥାନ୍ତି । ଆଜ୍ଞା ହଁ ଏକଥା ପୂରା ସତ । ଆଇପିଏଲରେ ନେଟ ବୋଲର୍ସଙ୍କୁ ଫ୍ରିରେ ରଖାଯାଇଥାଏ ।

କରୋନା ପୂର୍ବରୁ ନେଟ ବୋଲର୍ସ ଫ୍ରିରେ ରହୁଥିଲେ । ହେଲେ କରୋନା ବେଳେ ପ୍ରୋଟୋକଲ୍ସମାନି ସେମାନଙ୍କୁ ବାୟୋବବଲରେ ରଖାଗଲା । ସେମାନଙ୍କୁ ସାଙ୍ଗରେ ନବାଆଣିବା ବି କରଗାଗଲା । ଆଉ ସେତେବେଳେ ସେମାନଙ୍କୁ ଗୋଟିଏ ସିଜିନରେ ୫ ଲକ୍ଷ ଟଙ୍କା ଦିଆଯିବା ସହ ରହିବା ଖାଇବା ଖର୍ଚ୍ଚ ବି ବହନ କରାଯାଉଥିଲା । ହେଲେ ଏବେ କରୋନା ଶେଷ ହେବା ପରେ ଖେଳାଳିଙ୍କୁ ଫ୍ରିରେ ରଖିବାର ପରମ୍ପରା ଆରମ୍ଭ ହୋଇଯାଇଛି । ଟିମ ଯେଉଁ ସହରକୁ ମ୍ୟାଚ ଖେଳିବାକୁ ଯାଇଥାଏ, ସେହିଠାରୁ ହିଁ ଲୋକାଲ ନେଟ ବୋଲର୍ସଙ୍କ ବନ୍ଦୋବସ୍ତ କରାଯାଇଥାଏ । ସେଥିପାଇଁ ନେଟ ବୋଲର୍ସଙ୍କ ସାଙ୍ଗରେ ରଖିବା, ଖାଇବା ଓ ହୋଟେଲ ଖର୍ଚ୍ଚ ବହନ କରିବା ଆବଶ୍ୟକତା ପଡୁନାହିଁ ।

ଯଦି ଫ୍ରାଞ୍ଚାଇଜଙ୍କର କୌଣସି ଖାସ ନେଟ ବୋଲରଙ୍କ ଆବଶ୍ୟକତା ରହିଥାଏ ତେବେ ସେମାନ ଟିମ ମ୍ୟାନେଜମେଣ୍ଟ ଦ୍ୱାରା ତାଙ୍କୁ ସ୍ୱତନ୍ତ୍ର ଡାକିଥାନ୍ତି । ଆଉ ତାଙ୍କୁ ଦିନ ହିସାବରେ ୭ ହଜାର ଟଙ୍କା ଦିଆଯାଇଥାଏ । ତେବେ ବିନା ପାରିଶ୍ରମିକରେ ନେଟ ବୋଲର୍ସଙ୍କୁ କଣ ଫାଇଦା ମିଳିଥାଏ । ଟିମ ସହ ଯୋଡି ହେବା ପରେ ନେଟ ବୋଲରଙ୍କ ଡାଇଟର ଧ୍ୟାନ ଫ୍ରାଞ୍ଚାଇଜ ରଖିଥାଏ, ଅନେକ କିଛି ଶିଖିବାକୁ ମିଳିଥାଏ- ଯେମିତିକି ଷ୍ଟାର ଖେଳାଳିଙ୍କୁ ବୋଲିଂ କରିବାର ସୁଯୋଗ ମିଳିଥାଏ, କୋଚଙ୍କଠାରୁ ବିଭିନ୍ନ ଟେକ୍ନିକ ଶିଖିବାକୁ ମିଳିଥାଏ, ନିଜର ଦୁର୍ବଳ ପଏଣ୍ଟ ସୁଧାରିବାର ସୁଯୋଗ ମିଳିଥାଏ ।

ଯଦି କୌଣସି ସ୍ପୋର୍ଟସ ଏକାଡେମୀ ନିଜ ତରଫରୁ ନେଟ ବୋଲର୍ସ ଦେଇଥାନ୍ତି କିମ୍ବା ଖେଳାଳି ନିଜେ ନେଟ୍ସ ବୋଲର୍ସ ହୋଇଥାନ୍ତି ତେବେ ସେଠାରେ ତାଙ୍କୁ ଟଙ୍କା ଦିଆଯାଇନଥାଏ । କାରଣ ସେଠାରେ ନେଟ୍ସ ବୋଲର ନିଜ ପ୍ରତିଭା ଦେଖାଇଥାନ୍ତି । ଏଥିରେ ତାକୁ ଆଗକୁ ଖେଳିବାକୁ ସୁଯୋଗ ମିଳିନଥାଏ । ଏହାର ଉଦାହରଣ ହେଉଛନ୍ତି ଉମରାନ ମଲ୍ଲିକ । ଉମରାନ ନେଟ ବୋଲର ଭାବେ ସନରାଇଜର୍ସ ହାଇଦ୍ରାବାଦ ଟିମରେ ଯୋଗ ଦେଇଥିଲେ ଆଉ ପରେ ଟିମ ଇଣ୍ଡିଆରେ ଡେବ୍ୟୁ କରିଥିଲେ ।