ପ୍ରାର୍ଥୀଙ୍କ ସତ୍ୟପାଠକୁ ନେଇ ଆସିଲା ଏଡିଆର ରିପୋର୍ଟ: କଳାହାଣ୍ଡି ବିଜେପି ସାଂସଦ ପ୍ରାର୍ଥୀ ମାଳବିକା ଦେବୀ ସବୁଠାରୁ ଧନୀ

510

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪ଲୋକସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରର ନାମାଙ୍କନ ଦାଖଲ କରିଥିବା ୩୭ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ସେମାନଙ୍କ ଚିଠା ଖୋଲିଲା ଏଡଆର ଓ ଓଡ଼ିଶା ଇଲେକସନ ୱାଚ । ବିଜେପିର କଳାହାଣ୍ଡି ଲୋକସଭା ପ୍ରାର୍ଥୀ ମାଳବିକା ଦେବୀ ହେଉଛନ୍ତି ସବୁଠାରୀ ଧନୀ ପ୍ରାର୍ଥୀ । ତାଙ୍କର ୪୧କୋଟି ୮୯ଲକ୍ଷ ଟଙ୍କାର ସମ୍ପତି ରହିଛି । ସେହିପରି କମ୍ ଟଙ୍କା ଥିବା ପ୍ରାର୍ଥୀ ହେଉଛନ୍ତି ପ୍ରମିଳା ପୂଜାରୀ । କୋରାପୁଟ ଲୋକସଭା ଆସନରୁ ଏସୟୁସିଆଇର ପ୍ରାର୍ଥୀ ପ୍ରମିଳା ପୂଜାରୀ । ତାଙ୍କର ବ୍ୟାଙ୍କ ଖାତାରେ ରହିଛି ମାତ୍ର ୨୦ ହଜାର ୬୨୫ ଟଙ୍କା । ନିର୍ବାଚନ ପାଇଁ ଲୋକଙ୍କ ଠାରୁ ଆଦାୟ କରାଯାଇଥିବା ଟଙ୍କାକୁ ବିଭିନ୍ନ ବ୍ୟାଙ୍କ ଖାତାରେ ରଖିଛନ୍ତି । ୩୭ଜଣଙ୍କ ମଧ୍ୟରୁ ୧୭ ଜଣ ଲୋକସଭା ପ୍ରାର୍ଥୀ କୋଟିପତି ।