ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ନୂଆପଡା ଓ କଣ୍ଟାବାଞ୍ଜିରେ ନିର୍ବାଚନୀ ସଭାରେ ଯୋଗଦେଇ ବର୍ଷିଲେ

138

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କରିଚନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆପଡା ଓ କଂଟାବାଞ୍ଜିରେ ନିର୍ବାଚନୀ ସଭାରେ ଯୋଗ ଦେଇ ବର୍ଷିଛନ୍ତି ଧର୍ମେନ୍ଦ୍ର । ସରକାର ବଦଳାଇବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ ରାଜ୍ୟର ନେତା କିଏ ହେବା ଦରକାର ବୋଲି ପ୍ରଶ୍ନ କରିଛନ୍ତି । ୨୪ ବର୍ଷ ଶାସନ କାଳରେ ରହି ମଧ୍ୟ ନୂଆପଡା ଓ କଂଟାବାଞ୍ଜି କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇ ନଥିବା କହିଛନ୍ତି ଧର୍ମେନ୍ଦ୍ର । ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ । ନିର୍ବାଚନୀ କାର୍ଯ୍ୟକ୍ରମ ଜରଆରେ ଭୋଟ୍ ଭିକ୍ଷା କରୁଛନ୍ତି ।