ଋଷ-ୟୁକ୍ରେନ୍ ଯୁଦ୍ଧ : ପୁଟିନଙ୍କ ପାଇଁ ବାଇଡ଼େନଙ୍କ ପ୍ଲାନ୍; କହିଲେ, ୠଷର ପରମାଣୁ ଆକ୍ରମଣ ପାଇଁ ଆମେରିକା କରିଛି ସ୍ୱତନ୍ତ୍ର ଯୋଜନା

132

କନକ ବ୍ୟୁରୋ : ଭୟଙ୍କର ରୂପ ଧାରଣ କରିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ୟୁକ୍ରେନ୍ ଆକାଶରୁ ହେଉଛି ଅଗ୍ନିବର୍ଷା । ଋଷିଆ ସେନା ୟୁକ୍ରେନଠାରୁ ପରାସ୍ତ ହେବା ପରଠାରୁ ପରମାଣୁ ଆକ୍ରମଣ ନେଇ ପ୍ରସ୍ତୁତ ହେଉଛନ୍ତି । ତେବେ ଏହି ରୁଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ପୁଟିନଙ୍କ ପାଇଁ ଜୋ -ବାଇଡ଼େନଙ୍କ ପ୍ଲାନ ।

ବାଇଡେନ୍ କହିଛନ୍ତି ଯେ ରୁଷର ପରମାଣୁ ଆକ୍ରମଣ ପାଇଁ ଆମେରିକା ସ୍ୱତନ୍ତ୍ର ଯୋଜନା କରିଛି । ତେବେ ୟୁକ୍ରେନ ଯୁଦ୍ଧରେ ଋଷୀୟ ରାଷ୍ଟ୍ରପତି ପୁଟିନ୍ ଅଗ୍ରଗତି ହାସଲ କରୁଛନ୍ତି । ତେଣୁ ତାଙ୍କର ଏହି ପ୍ଲାନ ଆକଳନ କରିବାକୁ ସମସ୍ତ ଉଦ୍ୟମ କରାଯାଉଥିବା ପୁଟିନ୍ କହିଛନ୍ତି । ସୀମତି ଅଞ୍ଚଳରେ ଆରମ୍ଭ ହେବାକୁ ଥିବା ଆଣବିକ ଯୁଦ୍ଧର ପ୍ରଭାବ ପରେ ବିସ୍ତା ର ହୋଇଯିବ । ଏହି ଆଣବିକ ଅସ୍ତ୍ର ପ୍ରୟୋଗ ଆଗକୁ ପ୍ରଳୟ ଆଣିବ ।