କୋର୍ଟରେ ଆତ୍ମସମର୍ପଣ କଲେ ଜିତେନ୍ଦ୍ର ନାରାୟଣ ତ୍ୟାଗୀ । କହିଲେ ସନାତନ ଧର୍ମର ଅପମାନକୁ ନେଇ ଲଢୁଥିବା ଲଢେଇରେ ମୁଁ…

1,491

କନକ ବ୍ୟୁରୋ : ଜିତେନ୍ଦ୍ର ନାରାୟଣ ତ୍ୟାଗୀ ଓରଫ ୱାସୀମ ରିଜବୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତ୍ୟାଗୀ କହିଛନ୍ତି କି ସନାତନ ଧର୍ମର ଅପମାନ ପରେ ସେ ଲଢୁଥିବା ଲଢେଇରେ ଏବେ ସେ ଏକୁଟିଆ ହୋଇ ଯାଇଛନ୍ତି । ହେଲେ ଘରକୁ ଫେରିବାର ତାଙ୍କର କୌଣସି ଅଭିଳାଶ ନାହିଁ ।

ଧର୍ମ ସଂସଦରେ ବିବାଦୀୟ ଭାଷଣ ଦେଇଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା । ହେଲେ ତାଙ୍କର ଅନ୍ତରୀଣ ଜାମିନ ଶେଷ ହେବା ପରେ କୋର୍ଟଙ୍କ ଆଦେଶ ମୁତାବକ ଏବେ ସେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଏବେ ତାଙ୍କୁ ଜେଲ ପଠାଇ ଦିଆଯାଇଛି ।

ଜିତେନ୍ଦ୍ର ତ୍ୟାଗୀ କହିଛନ୍ତି କି, ଯେବେଠାରୁ ସେ ସନାତନ ଧର୍ମର ଅପମାନ ବିରୋଧରେ ଲଢେଇ ଆରମ୍ଭ କରିଛନ୍ତି ସେବେଠାରୁ ସେ ଏକୁଟିଆ ହୋଇ ଯାଇଛନ୍ତି । ହେଲେ ଏ ନେଇ ତାଙ୍କ ମନରେ କୌଣସି ଅବଶୋଷ ନଥିବା କଥା ସେ କହିଛନ୍ତି । ସେ କହିଛନ୍ତି କି ଅନେକ ଚିନ୍ତା କରିବା ପରେ ସେ ସନାତନ ଧର୍ମ ଗ୍ରହଣ କରିଥିଲେ । ହେଲେ ଏବେ ପୁଣିଥରେ ମୂଳ ଧର୍ମକୁ ଫେରିଯିବାର ତାଙ୍କର କୌଣସି ଇଚ୍ଛା ନାହିଁ । ଏହାସହ ସେ ଜବଲପୁର ଜେଲରେ ଥିବା ବେଳେ ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ହୋଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।

ତ୍ୟାଗୀ ପୁଣି ଜେଲ ଯିବାକୁ ନେଇ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ରବିନ୍ଦ୍ର ପୁରୀ କହିଛନ୍ତି କି ତ୍ୟାଗୀ ପୁଣି ଥରେ ଜେଲ ଯିବାକୁ ନେଇ ସେ ଦୁଃଖରେ ଅଛନ୍ତି । ରବିନ୍ଦ୍ର ପୁରୀ ପ୍ରଶ୍ନ କରିଛନ୍ତି କି ୱାସୀମ ରିଜବୀ ନିଜ ଧର୍ମ ଛାଡି ହିନ୍ଦୁଧର୍ମ ଆପଣାଇବାରେ ତାଙ୍କର କଣ ଭୁଲ ରହିଛି । ଏବେ ସମସ୍ତ ସନାତନୀମାନେ ତ୍ୟାଗୀଙ୍କୁ ସହଯୋଗ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।