ଜେଡିୟୁର ୫ ବିଧାୟକ ବିଜେପିରେ ସାମିଲ ହେବା ଘଟଣା । ଜେଡିୟୁ ନେତା କହିଲେ ୨୦୨୪ ରେ ଦେଶ ହେବ ବିଜେପି ମୁକ୍ତ

219

କନକ ବ୍ୟୁରୋ : ମଣିପୁରରେ ନିତୀଶଙ୍କ ପାର୍ଟି ଜେଡିୟୁର ୫ ଜଣ ବିଧାୟକ ବିଜେପିରେ ସାମିଲ ହେବା ପରେ ପ୍ରଥମଥର ଜେଡିୟୁ ନେତାଙ୍କ ପ୍ରତିକ୍ରିୟା ଆସିଛି । ଦଳର ନେତା ତଥା ରାଜ୍ୟସଭା ସାଂସଦ ଲଲନ ସିଂ ସୋସିଲ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ସେ ସୋସିଲ ମୋଦୀଙ୍କୁ ଅରୁଣାଚଳ ପ୍ରଦେଶ ଓ ମଣିପୁର ଘଟଣା ମନେ ପକାଇ କହିଛନ୍ତି କି ଏହି ଦୁଇ ରାଜ୍ୟରେ ଜେଡିୟୁ ବିଜେପି ସହ ପ୍ରତିଦ୍ୱନ୍ଦିତା କରି ନିର୍ବାଚନ ଜିତିଥିଲା । ତେଣୁ ଜେଡିୟୁ ମୁକ୍ତ ଭଳି ଦିବାସ୍ୱପ୍ନ ବିଜେପି ଦେଖିବା ବନ୍ଦ କରୁ ।

ଲଲନ ସିଂ କହିଛନ୍ତି କି ମଣିପୁରରେ ପୁଣିଥିରେ ବିଜେପିର ନୈତିକ ଆଚରଣ ସମସ୍ତଙ୍କ ସାମ୍ନାକୁ ଆସିଛି । ୨୦୧୫ ରେ ପ୍ରଧାନମନ୍ତ୍ରୀ ୪୨ ଟି ସଭା କରିବା ପରେ ୫୩ ଟି ଆସନ ଜିତିବାରେ ସଫଳ ହୋଇଥିଲେ ହେଲେ ୨୦୨୪ ରେ ସାରା ଦେଶ ଜୁମଲେବାଜଙ୍କ ଠାରୁ ମୁକ୍ତ ହେବାକୁ ଯାଉଛି ବୋଲି ସେ ସୂଚେଇ ଦେଇଛନ୍ତି ।

ବିହାର ସରକାରରେ ବିରୋଧୀଦଳ ନେତା ଥିବା ସୁଶିଲ ମୋଦୀ ଏକ ଟ୍ୱିଟ କରି କହିଥିଲେ କି ଅରୁଣାଚଳ ପରେ ମଣିପୁରରେ ବି ଜେଡିୟୁ ସଫା ହୋଇଯାଇଛି । ଏହାପରେ ଖୁବଶୀଘ୍ର ଲାଲୁଜୀ ବିହାରକୁ ବି ଜେଡିୟୁ ମୁକ୍ତ କରିଦେବେ ।

ଶୁକ୍ରବାର ଦିନ ମଣିପୁରରେ ଜେଡିୟୁର ଥିବା ୬ ଜଣ ବିଧାୟକଙ୍କ ମଧ୍ୟରୁ ୫ ଜଣ ବିଧାୟକ ଦଳଛାଡି ବିଜେପିରେ ସାମିଲ ହୋଇଛନ୍ତି । ଏହାକୁ ନେଇ ଜେଡିୟୁ କହିଛି କି ବିହାରରେ ମେଣ୍ଟ ସରକାର ଭାଙ୍ଗିଯିବା ପରେ ମଣିପୁରରେ ବିଜେପି ଏହାର ପ୍ରତିଶୋଧ ନେଇଛି ।