ବନ୍ଧୁକ ମୁନରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ପରିବାରର ପ୍ରତିବାଦ : ଗାଁ ଲୋକଙ୍କ ସହ କଲେ ରାସ୍ତା ଅବରୋଧ

ବୈପାରୀଗୁଡ଼ାରୁ ଜୟପୁରକୁ ଯାଇ ପାରିଲାନି ଗାଡି; ୨ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ନ୍ୟାୟ ପ୍ରଦାନ ପାଇଁ ଦାବି କଲେ ପୀଡ଼ିତାଙ୍କ ସ୍ୱାମୀ

194

କନକ ବ୍ୟୁରୋ : ସ୍ୱାମୀକୁ ବନ୍ଧୁକ ଦେଖାଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ । ଜୟପୁର ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଗାଁରେ ଘଟିଛି ଏଭଳି ଲଜ୍ୟାକର ଘଟଣା । ନ୍ୟାୟ ପାଇଁ ପରିବାର ଓ ଗ୍ରାମବାସୀ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ରାସ୍ତାରେ ଟାୟାର ଜାଳି ଅବରୋଧ କରିବା ସହ ଧାରଣାରେ ବସିଥିଲେ । ଫଳରେ ବୈପାରିଗୁଡାରୁ ଜୟପୁରକୁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଯାତାୟତ କରୁଥିବା ସମସ୍ତ ଗାଡି ରାସ୍ତାରେ ଅଟକି ଯାଇଥିବା ଦେଖିବାକୁ ମିଳିଥିଲା ।

ଦୁଷ୍କର୍ମ ଘଟଣାକୁ ନେଇ ଗତକାଲି ଜୟପୁର ମହିଳା ଥାନାରେ ମାମାଲା ରୁଜୁ ହୋଇଥିଲା । ଅଭିଯୋଗକୁ ନେଇ ମହିଳା ଥାନା ପକ୍ଷରୁ ମାମଲା ରୁଜୁ କରି ପିଡିତାଙ୍କ ଡାକ୍ତରୀ ମାଇନା ସହ ସାଇଂଟିଫିକ୍ ଟିମର ତଦନ୍ତ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ ଅରୁପ ଅଭିଷେକ ବେହେରା । ପୀଡିତା ମହିଳା ଜଣକ ଜୟପୁର ଜିଲ୍ଲା ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ଏବେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।  ଅନ୍ୟପଟେ ୨ ଜଣ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି ପୀଡିତାଙ୍କ ସ୍ୱାମୀ ।