ଭୁବନେଶ୍ୱର ଲୋଏର ପିଏମଜିରେ ଆୟୁଷ ଡାକ୍ତରଙ୍କ ଅଭିନବ ପ୍ରତିବାଦ : ଆପ୍ରୋନ ପିନ୍ଧିି ଷ୍ଟେଥୋ ପକାଇ ମାରିଲେ ଝାଡ଼ୁ

ସ୍ଥାୟୀ ନିଯୁକ୍ତି ନହେବା ଯାଏଁ ଜାରି ରଖିବେ ଆନ୍ଦୋଳନ

125

କନକ ବ୍ୟୁରୋ : ଅନେକ ଦାବି ନେଇ ପ୍ରତିଦିନ ରାଜଧାନୀ ରାଜରାସ୍ତାରେ ଚାଲିଛି ପ୍ରତିବାଦ । ସ୍ଥାୟୀ ନିଯୁକ୍ତି ଦାବିରେ ଆଜି ଅଭିନବ ଢ଼ଙ୍ଗରେ ଅନଶନ କରିଛନ୍ତି ଆୟୁଷ ଡାକ୍ତର । ଆପ୍ରୋନ ପିନ୍ଧିି ଷ୍ଟେଥୋ ପକାଇ ଲୋଏର ପିଏଜିରେ ଝାଡ଼ୁ ମାରିଛନ୍ତି ଆୟୁଷ ଡାକ୍ତର । ୨୦୦୭ରୁ ଓଡ଼ିଶାର ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏମାନଙ୍କୁ ଠିକା ନିଯୁକ୍ତି ମିଳିଛି ।

କରୋନା ସମୟରେ ଆୟୁଷ ଡାକ୍ତର ମଧ୍ୟ କାର୍ଯ୍ୟରତ ଥିଲେ । ୧୪ ବର୍ଷ ହେବ ସ୍ୱାସ୍ଥ୍ୟ କ୍ଷେତ୍ରରେ ସେବା ଯୋଗାଉ ଥିଲେ ମଧ୍ୟ ଏଯାଏଁ ସ୍ଥାୟୀ ନିଯୁକ୍ତି ମିଳିନି । ଯାହା ପାଇଁ ଅନଶନରେ ବସିଛନ୍ତି । ସ୍ଥାୟୀ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଅନଶନ ଜାରି ରଖିବାକୁ ସଂଘ ନିଷ୍ପତି ନେଇଛି ।