ବାଲିଗୁଡ଼ାରେ ଜୁଏଲାରୀ ମାଲିକଙ୍କୁ ଆକ୍ରମଣ ଘଟଣା : ଡକାୟତି ଗ୍ୟାଙ୍ଗକୁ ଧରିବା ପାଇଁ ଟିମ୍ ଗଠନ କରି ପୋଲିସର ଜୋରଦାର ଅପରେସନ୍

74

କନକ ବ୍ୟୁରୋ : ଜୁଏଲାରୀ ମାଲିକଙ୍କୁ ଆକ୍ରମଣ କରି ଲୁଟ ଘଟଣା । ପୁଲିସ ଆରମ୍ଭ କଲା ସ୍ପେଶାଲ ଅପରେସନ୍ । କନ୍ଧମାଳ ଜିଲ୍ଲା ବାଲିଗୁଡା ଛକ ନିକଟରେ ପାଟଖଣ୍ଡା ଜୁଏଲାରୀ ମାଲିକଙ୍କୁ ଆକ୍ରମଣ କରି ଲୁଟ କରିଥିଲେ ଦୁର୍ବୁତ୍ତ । ଡକାୟତି ଗ୍ୟାଙ୍ଗକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରି ଅପରେସନ ଆରମ୍ଭ କରିଛି । ଅପରେସନରେ ଡିଭିଏଫ ଏବଂ ଆଇଆରବି ଯବାନଙ୍କୁ ସାମିଲ କରାଯାଇଛି ।

ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ ଦିଗଗୁ ଆଧାର କରି ପୁଲିସ ଅପରେସନକୁ ଜୋରଦାର କରିଛି । କନ୍ଧମାଳ ଏସପିଙ୍କ ନେତୃତ୍ୱରେ ୫ ଥାନା ଅଧିକାରୀଙ୍କୁ ନେଇ ଟିମ ଗଠନ କରାଯାଇଛି । ଖୁବଶୀଘ୍ର ଅଭିଯୁକ୍ତ ଧରାପଡିବେ ବୋଲି କହିଛନ୍ତି ବାଲିଗୁଡା ଏସଡିପିଓ । ଗତ ମଙ୍ଗଳବାର ଦୁର୍ବୁତ୍ତମାନେ ଖଣ୍ଡା ଏବଂ ବନ୍ଧୁକରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିଲେ ।