ମାତ୍ର ୧୫୦ ଘଣ୍ଟା… ଶେଷ ହେବାକୁ ଯାଉଛି ମିଶନ ଚନ୍ଦ୍ରଯାନ-୩, ଏବେ ହେବ କ’ଣ ?

722

କନକ ବ୍ୟୁରୋ: ଇସ୍ରୋ ଚନ୍ଦ୍ରରେ ତ୍ରିରଙ୍ଗା ଉଡାଇ ଦେଶବାସୀଙ୍କୁ ଗର୍ବିତ କରିଛି । ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ପାଶ୍ୱର୍ରେ ଅବତରଣ କରିଥିଲା । ଏହା ପରେ ଅନେକ ବଡ ବଡ ତଥ୍ୟ ସାମ୍ନାକୁ ଆସିଛି । ତେବେ ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନ ଏବଂ ଲ୍ୟାଣ୍ଡର ବିକ୍ରମର ୧୪ ଦିନିଆ କାର୍ଯ୍ୟକାଳ ବି ଶେଷ ହେବାକୁ ଯାଉଛି । ଅର୍ଥାତ ଏହି ଦୁଇଜଣଙ୍କ ପାଖରେ ମାତ୍ର ୬ ଦିନର ସମୟ ରହିଛି । ଚନ୍ଦ୍ରଯାନ-୩ ନିଜର ଶେଷ ୬ ଦିନରେ ଅନେକ ବଡ ବଡ ତଥ୍ୟ ହାସଲ କରିପାରେ । ଯାହା ସାରା ବିଶ୍ୱର ଅନେକ ସମସ୍ୟାକୁ ଦୂର କରିବ । ଆସନ୍ତୁ ଜାଣିବା ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ କଣ କରିବ ।

 

ଇସ୍ରୋ ଜୁଲାଇ ୧୪ରେ ଚନ୍ଦ୍ରଯାନ-୩ ମିଶନର ଲଞ୍ଚ କରିଥିଲା । ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଲ୍ୟାଣ୍ଡର ବିକ୍ରମ ଅବତକଣ କରିଥିଲା । ଯାହା ଇତିହାସ ସୃଷ୍ଟି କରିଥିଲା । ଭାରତ ଚନ୍ଦ୍ରର ଏହିପୃଷ୍ଠରେ ପହଞ୍ଚିଥିବା ପ୍ରଥମ ଦେଶ । ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭରର ଜୀବନ କାଳ ୧୪ ଦିନ ରହିଥିଲା । ଯାହା ଚନ୍ଦ୍ରରେ ଗୋଟିଏ ଦିନ ସହ ସମକକ୍ଷ । ଚନ୍ଦ୍ରରେ ଯେତେବେଳେ ସୂର୍ଯ୍ୟ ଅସ୍ତ ହେବେ ଏହି ଦୁଇଟି ମେସନ କାମ କରିବା ବନ୍ଦ କରିଦେବେ । ଅର୍ଥାତ ବର୍ତ୍ତମାନ ସେମାନଙ୍କ ପାଖରେ ଆଉ ୧୫୦ ଘଣ୍ଟାର ସମୟ ରହିଛି ।

ଚନ୍ଦ୍ରଯାନ-୩ ବର୍ତ୍ତମାନ ଚନ୍ଦ୍ରର ପୃଷ୍ଠରେ ଅମ୍ଳଜାନ ସମେତ ଅନ୍ୟ ତତ୍ତ୍ୱ ଥିବା ନେଇ ସୂଚନା ଦେଇଛି । ଏଛି ତାପମାତ୍ରାରେ ପରିବର୍ତ୍ତନ ବାବଦରେ ମଧ୍ୟ ସୂଚନା ମିଳିଛି । ଆଗାମୀ କିଛି ଦିନ ମଧ୍ୟରେ ଚନ୍ଦ୍ରରେ ହେଉଥିବା ଭୂମିକମ୍ପ ସମ୍ପର୍କିତ ତଥ୍ୟ, ଚନ୍ଦ୍ର ମଧ୍ୟ ପୃଥିବୀ ମଧ୍ୟରେ ଥିବା ସିଗନାଲର ଦୂରତା, ମାଟିରୁ ମିଳୁଥିବା କଣିକା ବାବଦରେ ଯାଞ୍ଚ କରିବ । ଅର୍ଥାତ ମାତ୍ର ୧୪ ଦିନରେ ଚନ୍ଦ୍ରରେ ଚନ୍ଦ୍ରଅଭିଯାନ-୩ର ମିଶନ ପୂରଣ ହେବ ।