ବିରୋଧୀ ଦଳ ନେତାଙ୍କ ସାଂଘାତିକ ଅଭିଯୋଗ: ଜୟନାରାୟଣ କହିଲେ, ଗିରଫ ଓକିଲଙ୍କୁ ଜେଲ ଭିତରେ ଦିଆଯାଉଛି ଥାର୍ଡ ଡିଗ୍ରୀ

207

କନକ ବ୍ୟୁରୋ: ସମ୍ବଲପୁରରେ ୫୪ ଜଣ ଆଇନଜୀବୀଙ୍କୁ ଛାଡି ଅନ୍ୟ ଓକିଲଙ୍କ ଉପରୁ ଅଙ୍କୁଶ ହଟିଥିଲେ ବି ଏ ଯାଏଁ କୋର୍ଟ କାମ ସ୍ୱାଭାବିକ ହୋଇପାରିନାହିଁ । ଡିସେମ୍ବର ୧୨ ତାରିଖରେ ବାର କାଉନସିଲ ଅଫ ଇଣ୍ଡିଆ ସମ୍ବଲପୁର ବାର ଆସୋସିଏନସର ସମସ୍ତ ସଭ୍ୟଙ୍କ ଲାଇସେନ୍ସ ବାତିଲ ନେଇ ନିର୍ଦ୍ଦେଶନାମା ଜାରି କରିଥିଲା । କିନ୍ତୁ ଗତକାଲିର ସାନି ନିର୍ଦ୍ଦେଶନାମାରେ ୫୪ ଜଣଙ୍କୁ ଛାଡି ସମ୍ବଲପୁର କୋର୍ଟରେ ଓକିଲାତି କରୁଥିବା ଅନ୍ୟ ସମସ୍ତ ଆଇନଜୀବୀକୁ କାମ କରିବାକୁ ଅନୁମତି ଦିଆଯାଇଥିଲା । ତା ସତ୍ୱେ ଅଚଳାବସ୍ଥା ଲାଗିରହିଛି । ନିଜ ମହକିଲଙ୍କ ମାମଲା ଲଢିବାକୁ ପଡୋଶୀ ବରଗଡ ଓକିଲ ସଂଘରୁ ଓକିଲ ଆସୁଛନ୍ତି । ସେପଟେ ବିରୋଧୀ ଦଳ ନେତା ଗିରଫ ଓକିଲଙ୍କୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଜୟନାରାୟଣ ମିଶ୍ର, କହିଛନ୍ତି, ଜେଲରେ ଥିବା ଓକିଲଙ୍କୁ ଥାର୍ଡ ଡିଗ୍ରୀ ଦିଆଯାଉଛି । ଏହା ତଦନ୍ତ କରାଯାଉ । ସମ୍ବଲପୁରରେ ହାଇକୋର୍ଟ ବେଂଚ ନ ହେବା ନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଦାୟୀ କରିଛନ୍ତି ଜୟନାରାୟଣ ମିଶ୍ର ।