ତୱାଙ୍ଗ ସଂଘର୍ଷ ପରେ ସ୍ଥିତି ପରଖିବାକୁ ୟାଙ୍ଗସେରେ ପହଁଚିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ: ସେପଟେ ସଂଘର୍ଷକୁ ନେଇ ପ୍ରତିକ୍ରିୟା ରଖିଲେ ସିଡିଏସ ଜେନେରାଲ

135

କନକ ବ୍ୟୁରୋ: ସୀମା ସଂଘର୍ଷ ଘଟଣା ପରେ ପ୍ରଥମ ଥର ପାଇଁ ତୱାଙ୍ଗରେ ପହଁଚିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । ଏଠାରେ ପହଁଚି ଭାରତୀୟ ଯବାନଙ୍କୁ ଭେଟିଛନ୍ତି ଓ ସ୍ଥିତିର ସମୀକ୍ଷା କରିଛନ୍ତି । ଏଥିସହ କେନ୍ଦ୍ରମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ ସୀମାରେ ବର୍ତମାନ ସ୍ଥିତି ସୁରକ୍ଷିତ ଓ ସ୍ଥିର ରହିଛି । ତୱାଙ୍ଗର ୟାଙ୍ଗାସ୍ତେ ଯେଉଁଠି ଚୀନ ଓ ଭାରତ ସେନା ମୁହାଁମୁହିଁ ହୋଇଥିଲେ ସେଠି ବର୍ତମାନ ପର୍ଯ୍ୟାପ୍ତମାତ୍ରାରେ ସେନାକୁ ମୃତୟନ କରାଯାଇଛି । ଏଥିସହ ସୀମା ଉପରେ କଡ଼ା ନଜର ମଧ୍ୟ ରଖାଯାଇଛି । ସେପଟେ ବିରୋଧୀ ବାରମ୍ବାର ସଂସଦରେ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କଠୁ ଜବାବ ଦାବି କରୁଥିବାବେଳେ ଏହାର ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ବିରୋଧୀଙ୍କୁ ଜବାବ ଦେଇ ରାଜନାଥ କହିଛନ୍ତି କି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରିବା ଉଚିତ ନୁହେଁ । ସରକାର ଓ ସେନା ଦେଶର ସୁରକ୍ଷାକୁ ନେଇ ସବୁବେଳେ ପ୍ରତିଶ୍ରୁତିବଦ୍ଧ ଓ ସଜାଗ । ଏହାକୁ ନେଇ ପ୍ରଶ୍ନ ଉଠାଇବା କେତେଦୂର ଉଚିତ ବୋଲି ପ୍ରଶ୍ନ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ।

ଚୀନ ସହ ସୀମା ବିବାଦକୁ ନେଇ ସିଡିଏସ ଜେନେରାଲ ଅନୀଲ ଚୌହାନ ବଡ ବୟାନ ଦେଇଛନ୍ତି । ଭାରତ-ଚୀନ ସୀମାରେ ଅସ୍ଥିରତା ଦେଶ ପାଇଁ ସବୁଡୁ ବଡ ବିପଦ ବୋଲି ସିଡିଏସ କହିଛନ୍ତି । ଲିପୁଲେଖ, ବଡାହୋତୀ, ଅରୁଣାଚଳପ୍ରଦେଶ ସହ ଚୀନ ସହ ଯେଉଁ ବିବାଦ ରହିଛି ତାର ସମାଧାନ ପାଇଁ ଚେଷ୍ଟା କରୁଛି ସେନା । ସିଡିଏସ କହିଛନ୍ତି ଯେ ବର୍ଡର ଟୁରିଜିମ ଉପରେ ଅଧିକ ଜୋର ଦେବା ଜରୁରୀ । ଉତରାଖଣ୍ଡ ସୀମାବର୍ତୀ ଇଲାକାରେ ଲୋକମାନଙ୍କ ପଳାୟନକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି ସିଡିଏସ । ଏଥିସହ ସେ କହିଛନ୍ତି ଯେ ସୀମାବର୍ତୀ ସୀମା ଓ ଦେଶର ସୁରକ୍ଷା ପାଇଁ ଗ୍ରାମବାସୀଙ୍କ ଭୂମିକା ବେଶ ଜରୁରୀ ଓ ସେମାନଙ୍କ ଯୋଗଦାନ ଗୁୁରୁତ୍ୱପୂର୍ଣ୍ଣ । ସୀମାର୍ବିତୀ ଇଲାକରେ ଜନସଂଖ୍ୟା ବୃଦ୍ଧି ଓ ପର୍ଯ୍ୟଟନ ବ୍ୟବସ୍ଥାକୁ ମଜବୁତ କରିବା ଜରୁରୀ । ଏହା ପାଇଁ ଆବଶ୍ୟକୀୟ ପଦକ୍ଷେପ ଯଥା ଶିଘ୍ର ଉଠାଇବା ଆବଶ୍ୟକ ବୋଲି ସିଡିଏସ ନିଜର ମତ ରଖିଛନ୍ତି ।