‘ଜମ୍ମୁ-କାଶ୍ମୀରରେ ବର୍ଷକରୁ ଅଧିକ ସମୟ ରହିଥିଲେ ଭୋଟ ଦେଇପାରିବେ’: ନିଷ୍ପତ୍ତିକୁ ନେଇ ହଙ୍ଗାମା

140

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର ପାଇଁ ଜାରି ହୋଇଛି ନିର୍ବାଚନୀ ଅଧିସୂଚନା । ଏହା ମୁତାବକ, ଯିଏ ଏଠାରେ ୧ବର୍ଷରୁ ଅଧିକ ସମୟ ରହିଥିବେ ସେ ସେଠାରେ ହେବାକୁ ଥିବା ନିର୍ବାଚନରେ ମତଦାନ କରିପାରିବେ । ଡେପୁଟି କମିଶନର ଏହା ସୂଚନା ଜାରି କରିବା ପରେ ଏହାକୁ ନେଇ ଏବେ ରାଜନୈତିକ ଝଡ ସୃଷ୍ଟି ହୋଇଛି ।

କେବଳ ରାଜ୍ୟ ଭିତର ବ୍ୟକ୍ତି ନୁହଁନ୍ତି ରାଜ୍ୟ ବାହାରର ଯେଉଁମାନେ ଜମ୍ମୁ-କାଶ୍ମୀରରେ ବର୍ଷକରୁ ଅଧିକ ସମୟ ରହିଲେଣି ସେମାନେ ମଧ୍ୟ ଏଠିକାର ବିଧାନସଭା ନିର୍ବାଚନରେ ମତଦାନ କରିପାରିବେ । ସେମାନଙ୍କ ନାଁ ନୂଆ ଭୋଟର ଭାବେ ରେଜିଷ୍ଟ୍ରାର କରାଯିବ । ଏହି ନିଷ୍ପତ୍ତିକୁ ଘୋର ବିରୋଧ କରିଛି ନ୍ୟାସନାଲ କନଫରେନ୍ସ ପାର୍ଟି । ରାଜ୍ୟରେ ବିଜେପିର ସ୍ଥିତି ଟଳମଳ ହେଉଛି । ଭୋଟିଂକୁ ବିଜେପି ଡରୁଛି । ତେଣୁ ଏଠାରେ ୨୫ ଲକ୍ଷ ନୂଆ ଭୋଟର ଗଢି ସତ୍ତା ହାତେଇବାକୁ ଷଡଯନ୍ତ୍ର କରୁଛି ବୋଲି କହିଛନ୍ତି ନ୍ୟାସନାଲ କନଫରେନ୍ସ ନେତା ।

ସୂଚନା ମୁତାବକ, ଏହି ପ୍ରସଙ୍ଗ ପ୍ରଥମ ଥର ପାଇଁ ଅଗଷ୍ଟ ମାସରେ ଆସିଥିଲା । ମତଦାତା ତାଲିକା ସଂଶୋଧନ ହେବା ପରେ ଜମ୍ମୁ-କାଶ୍ମୀରକୁ ୨୫ ଲକ୍ଷ ନୂଆ ଭୋଟର ମିଳିବେ ବୋଲି ତକ୍ରାଳୀନ ନିର୍ବାଚନ ଅଧିକାରୀ ଘୋଷଣା କରିବା ପରେ ଏହାକୁ ନେଇ ରାଜନୈତିକ ବିବାଦ ଘନେଇଥିଲା । ତେବେ ଜମ୍ମୁ-କାଶ୍ମୀରରେ ୨୦୨୩ର ପ୍ରଥମ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାର ସୂଚନା ରହିଛି ।