ମିଗ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ । ସମୁଦ୍ରକୁ ଡେଇଁ ଜୀବନ ବଞ୍ଚାଇଲେ ପାଇଲଟ ।

195

କନକ ବ୍ୟୁରୋ : ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ସେନାର ମିଗ୍ ୨୯କେ ବିମାନ । ନିୟମିତ ଉଡାଣ ଭରିବା ବେଳେ ଗୋଆର ସମୁଦ୍ର ଉପରେ ଯାନ୍ତ୍ରିକ ତ୍ରୁଟି ପାଇଁ ଏହି ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇ ବିମାନରୁ ଡେଇଁବା ସହ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ପାଇଲଟଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହାର କାରଣ ଜାଣିବାକୁ ଏକ ଯାଞ୍ଚ କମିଟି ଗଠନ କରାଯାଇଛି । ଯେଉଁ କମିଟି ବିମାନ ଦୁର୍ଘଟଣା ପଛର କାରଣ ଖୋଜିବ । ତେବେ ଦୁର୍ଘଟଣା ବାବଦରେ ବିସ୍ତୃତ ସୂଚନା ଏଯାବତ ହସ୍ତଗତ ହୋଇନାହିଁ । ଭାରତୀୟ ନୌସେନାର ସୂଚନା ଅନୁଯାୟୀ ନିୟମିତ ଉଡାଣ ଭରି ବେସକୁ ଫେରୁଥିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ପାଇଲଟ ସମୁଦ୍ର ମଧ୍ୟକୁ ଡେଇଁ ନିଜର ଜୀବନ ବଞ୍ଚାଇଥିଲେ ।