ବାହୁଡିବେ ଜଗା ବଳିଆ। ସପ୍ତାହକ ମଧ୍ୟରେ ଓଡିଶା ଫେରିବେ ଜଗା ବଳିଆ।

କ୍ୟାବିନ ଓ ଡାକ୍ତରୀ ଟିମ୍ ପ୍ରସ୍ତୁତ ଥିବା କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ

384

କନକ ବ୍ୟୁରୋ: ବାହୁଡିବେ ଜଗା ବଳିଆ । ସପ୍ତାହକ ମଧ୍ୟରେ ଓଡିଶା ଫେରିବେ ଜଗା ବଳିଆ । ଦିଲ୍ଲୀ ଏମ୍ସରୁ ଏସସିବିକୁ ସ୍ଥାନାନ୍ତର ହେବେ ଜଗା ବଳିଆ । ତେବେ ସେମାନଙ୍କ ଲାଗି ଏଥିପାଇଁ ଉଭୟ କ୍ୟାବିନ ଓ ଡାକ୍ତର ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏମ୍ସର ନିଷ୍ପତ୍ତିରେ କିଛିଟା ବିଳମ୍ବ ହେଉଥିବା ମନ୍ତ୍ରୀ କହିଛନ୍ତି ।

ପ୍ରଥମେ ଦିଲ୍ଲୀ ଏମ୍ସ ତରଫରୁ ଜଗାବଳିଆଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା । ଏନେଇ ରାଜ୍ୟ ସରକାର ଭୁବନଶ୍ୱର ଏମ୍ସ ସହ ଯୋଗାଯୋଗ କରିଥିଲେ । ହେଲେ ଭୁବନେଶ୍ୱର ଏମ୍ସ ଜଗା ବଳିଆଙ୍କୁ ରଖି ଚିକିତ୍ସା କରିବାକୁ ରୋକଠୋକ ମନା କରିଦେଇବାରୁ ଏସସିବିରେ ଜଗା ବଳିଆଙ୍କ ଚିକିତ୍ସା କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।