“ମିଶନ୍ ପାଣି”ର ଶୁଭାରମ୍ଭ ଆଜି ! ଜଳ ସଂକଟକୁ ନେଇ ଲୋକଙ୍କୁ ସଚେତନ କରାଇବା ପ୍ରୟାସରେ “ମିଶନ୍ ପାଣି” ଅଭିଯାନ ।

394

ଗତ କିଛି ଦଶନ୍ଧୀରୁ ଭାରତରେ ଜଳ ସଂକଟର ସମସ୍ୟା ଲାଗିରହିଛି । ଯାହା ଭାରତ ପାଇଁ ଏକ ବହୁତ ବଡ ସମସ୍ୟା । ନୀତି ଆୟୋଗ ରିପୋର୍ଟ ମୁତାବକ , ଭାରତର ୨୧ ଟି ସହରରେ ୨୦୨୦ ଶେଷ ଆଡକୁ ଭୂଜଳ ଶେଷ ହେବାର ଖବର ଶୁଣିବାକୁ ମିଳୁଛି । ଭାରତର ମୋଟ ଜନସଂଖ୍ୟା ପାଖାପାଖି ୪୦ ପ୍ରତିଶତ ଲୋକଙ୍କୁ ୨୦୩୦ ବେଳକୁ ପିଇବା ପାଇଁ ପାଣିର ଅଭାବ ପଡିବ । ତିନୋଟି ପ୍ରମୁଖ ନଦୀ , ପାଞ୍ଚଟି ୱେଟଲ୍ୟାଣ୍ଡ , ଛଅଟି ଅରଣ୍ୟ ଏବଂ ଚାରୋଟି ଜଳସ୍ରୋତ ଏବେ ଶୁଖିଲା ପଡିଛି । ଜଳ ସଂକଟର ଏହି ଭୟାବହତାକୁ ନଜରରେ ରଖି କିଛି ବେସରକାରୀ ସଂସ୍ଥା “ମିଶନ୍ ପାଣି” ଅଭିଯାନ ଆରମ୍ଭ କରିଛନ୍ତି । ତେବେ ଅଗଷ୍ଟ ୨୭ ତାରିଖରେ ଏହି କ୍ୟାମ୍ପେନ୍ କୁ ଲଞ୍ଚ୍ କରାଯିବ । ଅଭିଯାନର ବ୍ରାଣ୍ଡ ଆମ୍ବାସଡର୍ ଅଭିନେତା ଅମିତାଭ୍ ବଚ୍ଚନ ଏହି କାର୍ଯ୍ୟକ୍ରମକୁ ଲଞ୍ଚ୍ କରିବେ ।

“ମିଶନ୍ ପାଣି” ର ଏହି ଅଭିଯାନ ଜଳ ସଂକଟ ପ୍ରତି ଲୋକଙ୍କୁ ସଚେତନ କରାଇବା କାମରେ ଆସିବ । ବିଗ୍ ବି ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏହି ଅଭିଯାନକୁ ନେଇ ଲୋକଙ୍କ ସମର୍ଥନ ଲୋଡିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଏହି ଅଭିଯାନକୁ ସମର୍ଥନ କରିଛନ୍ତି ଏବଂ ଲୋକଙ୍କୁ ଏହି ଜଳ ପ୍ରତିଜ୍ଞା ସହ ଜଡିତ ହେବା ପାଇଁ କହିଛନ୍ତିି ।