ଅନ୍ଧବିଶ୍ୱାସର କରୁଣ କାହାଣୀ : ଡାହାଣୀ ସନ୍ଦେହରେ ୭୫ ବର୍ଷର ବୃଦ୍ଧାଙ୍କୁ ଗାଁରୁ ବାସନ୍ଦ କଲେ ଗ୍ରାମବାସୀ

146

କନକ ବ୍ୟୁରୋ : ଅନ୍ଧବିଶ୍ୱାସର କରୁଣ କାହାଣୀ । ଡାହାଣୀ ସନ୍ଦେହରେ ୭୫ ବର୍ଷର ବୃଦ୍ଧାଙ୍କୁ ଗାଁରୁ ବାସନ୍ଦ କଲେ ଗ୍ରାମବାସୀ । ଏକୁଟିଆ ୨୫ ବର୍ଷ ହେଲା ବୃଦ୍ଧା ଜଣକ ଏବେ ଜଙ୍ଗଲରେ ରହିଆସୁଛନ୍ତି । ପାଟଣାଗଡ ବ୍ଲକ ଭାଲଡୁଙ୍ଗରି ଗାଁରୁ ଆସିଛି ଏଭଳି ଚିତ୍ର । ଗାଁ ୧୦୦ ବର୍ଷର ବୃଦ୍ଧା ପ୍ରତିମା ଧରୁଆଙ୍କୁ ଗ୍ରାମବାସୀମାନେ ଡାହାଣୀ ସନ୍ଦେହରେ ବାସନ୍ଦ କଲା ପରେ ଦୀର୍ଘ ୨୫ ବର୍ଷ ହେବ ଏକୁଟିଆ ଜଙ୍ଗଲରେ ସେ ରହିଆସୁଛନ୍ତି ।

ଏବେ ବୟସ ବଢିବା ସହ ଆଖିକୁ ଠିକ୍ ଭାବେ ଦେଖାଯାଉନଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୧୦୦ ବର୍ଷ ବୟସରେ ଜଙ୍ଗଲରେ ପଡିରହି ଭଗବାନଙ୍କୁ ଆଦରି ଦିନ ଗଣୁଛନ୍ତି ଏହି ବୃଦ୍ଧା ଜଣକ । ସେପଟେ ବୃଦ୍ଧାଙ୍କ ଖବର ଜାଣିବା ପରେ ଏବେ ବି ସମାଜରେ ଏମିତି ଅନ୍ଧ ବିଶ୍ୱାସ ଭରି ରହିଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ସମାଜସେବୀ । ସରକାରୀ ସ୍ତରରେ ସଚେତନର ଅଭାବ ଯୋଗୁଁ ଏପରି ଦୃଶ୍ୟ ବାରମ୍ବାର ଘଟୁଛି, ତେଣୁ ଏ ଦିଗରେ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି ।