ବାତ୍ୟା ଯିବାର ୧୫ ଦିନ ପରେ ଯାଉନି ଚାଷୀର ଦୁଃଖ : ପାଣିରେ ପାଚିଲା ଫସଲକୁ ଭାସୁଥିବାର ଦେଖି ଚାଷୀ ଆଖିରେ ଲୁହ

70

କନକ ବ୍ୟୁରୋ : ପାଣିରେ ପାଚିଲା କ୍ଷେତ୍ର ଭାସୁଥିବା ଦେଖି ଚାଷୀ ଆଖିରେ ଲୁହ । ବାତ୍ୟା ଜୱାଦ ଯିବାର ୧୫ ଦିନ ହେଲାଣି ହେଲେ ଏବେ ବି ପାଚିଲା ଧାନ ବିଲରେ ଲହଡି ଭାଙ୍ଗୁଛି  । ଜମି ଆଣ୍ଠୁଏ ଉଚ୍ଚର ବର୍ଷା ପାଣିରେ ବୁଡିରହିଛି । ଚାଷୀ ତାର ବର୍ଷକର ଆହରକୁ ପାଣିରୁ ଛାଣି ରାସ୍ତା ଉପରେ ସୁଖେଇବାରେ ଲାଗିପଡିଛି । କିଏ ଭାତ ଛଣାରେ ପାଣିରୁ ସାଉଁଟୁଛି ଆଣୁଛି ତା ହାତରେ ।

ଆଖିରେ ଆଖିଏ ଲୁହ ଆଉ ଛାତିରେ କୋହକୁ ଚାପି ଧରି ଉଜୁଡା ଫସଲରୁ ମୁଠାଏ ଦାନ ପାଇଁ ରାତିଦିନ ଏକ କରି ବିଲ ସାଉଁଟୁଛି ଚାଷୀ । ଏଭିଳି ବିକଳ ଚିତ୍ର ଆସିଛି କଟକ ଜିଲ୍ଲା ନିଆଳି ବ୍ଲକ କପାସି ପଂଚାୟତରୁ । ସେପଟେ ଏପର୍ଯ୍ୟନ୍ତ ସରକାରୀ ବାବୁଙ୍କର କ୍ଷୟକ୍ଷତି ଆକଳନ ପାଇଁ ପହଂଚି ନଥିବାରୁ କାହାକୁ ଗୁହାରୀ କରିବ ସେନେଇ ଚିନ୍ତାରେ ଭାଙ୍ଗି ପଡିଛି ଚାଷୀ । ଧାର କରଜ କରିଥିବା ଚାଷୀ, ଏବେ ଋଣ କିପରି ସୁଝିବ ସେନଇ ଚିନ୍ତାରେ ପଡିଛି ।