ଇସ୍ରୋର ସଫଳତା ଫର୍ଦ୍ଦରେ ଯୋଡି ହେଲା ନୂଆ ଅଧ୍ୟାୟ । ପୁଷ୍କକ ରକେଟ ଲଚିଂ ସିଷ୍ଟମ ସଫଳ ପରୀକ୍ଷଣ

103

କନକ ବ୍ୟୁରୋ : ଇସ୍ରୋକୁ ଆଉ ଏକ ସଫଳତା, ପୁନଃ ବ୍ୟବହାର ଯୋଗ୍ୟ ରକେଟ ଲଂଚି ସିଷ୍ଟମ ପ୍ରଯୁକ୍ତି ‘ପୁଷ୍ପକ’ର ହେଲା ସଫଳ ପରୀକ୍ଷଣ । ସକାଳେ କର୍ଣ୍ଣାଟକ ଚିତ୍ରଦୁର୍ଗର ଏରୋନେଟିକାଲ ରନୱେରେ ଲଂଚି ସିଷ୍ଟମ ‘ପୁଷ୍ପକ’ର ସଫଳ ପରୀକ୍ଷଣ କରାଯାଇଛି । ବାୟୁସେନାର ହେଲିକପ୍ଟର ଦ୍ୱାରା ଏହାକୁ ଛାଡି ଦିଆଯାଇଥିବା ବେଳେ ଏହା ସଫଳ ଅବତରଣ କରିଥିବା ଦେଖିବାକୁ ମିଳିଛି । ଏହି ପରୀକ୍ଷା ମାଧ୍ୟମରେ ରକେଟ ଲଂଚି ସିଷ୍ଟମ ‘ପୁଷ୍ପକ’ର ଏୟାର ଷ୍ଟ୍ରକଚର ଏବଂ ଲ୍ୟାଣ୍ଡିଂ ଗିୟରର ପରୀକ୍ଷଣ କରାଯାଇଛି । ଏହା ପୂର୍ବରୁ ମଧ୍ୟ ପୁଷ୍ପକର ୨ଥର ପରୀକ୍ଷଣ ସରିଥିବା ବେଳେ ବିଭିନ୍ନ ଦିଗ ଉପରେ ଇସ୍ରୋକୁ ସଫଳତା ମିଳିଛି । କାର୍ଯ୍ୟକ୍ଷମ ଭାବେ ଏହାକୁ ସାଟେଲାଇଟ ଉତକ୍ଷେପଣରେ ନିୟୋଜିତ କରିବାକୁ ଆହୁରି ସମୟ ଲାଗିବ । ଏହା ଦ୍ୱାରା ଆଗକୁ ରକେଟ ଲଚିଂ ସିଷ୍ଟମ ପୁନଃ ବ୍ୟବହାର ଯୋଗ୍ୟ ହୋଇପାରିବ, ଏନେଇ ଇସ୍ରୋ ପକ୍ଷରୁ ଲକ୍ଷ ରଖାଯାଇଛି । ଏହି ପରୀକ୍ଷଣ ସମୟରେ ଉପସ୍ଥିତ ରହିଥିଲେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ମୁଖ୍ୟ ଏସ ସୋମନାଥନଙ୍କ ସମେତ ବରିଷ୍ଠ ଅଧିକାରୀ ।