ଲାଲୁ ପ୍ରସାଦ ଯାଦବଙ୍କ ଉପରେ ବର୍ଷିଲେ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ । କହିଲେ ନିର୍ବାଚନ ଟିକଟ ବିକିବାରେ ଧୁରନ୍ଧର ଲାଲୁ

115

କନକ ବ୍ୟୁରୋ : ବିହାର ଉପମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ । ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଟାର୍ଗେଟ କରିଛନ୍ତି ସମ୍ରାଟ ଚୌଧୁରୀ । ନିର୍ବାଚନ ଟିକେଟ ବିକିବାରେ ଲାଲୁ ବେଶ ଧୁରନ୍ଧର ବୋଲି ସେ କହିଛନ୍ତି । ଏଭଳି କି ନିଜ ଝିଅଠୁ କିଡନୀ ନେଇ ତାଙ୍କୁ ଟିକେଟ ଦେଇଥିବା କହିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ । ତେବେ ବୟାନକୁ ବିରୋଧ କରିଛି ଆରଜେଡି । ଅତିତରେ ଲାଲୁଙ୍କୁ ଗୁରୁ ମାନୁଥିବା ସମ୍ରାଟ ବର୍ତମାନ ବିଜେପିରେ ଯାଇ ଏଭଳି ବୟାନ ବାଜୀ କରିବା ନିନ୍ଦନୀୟ ବୋଲି ଆରଜେଡି କହିଛି । ଚର୍ଚ୍ଚା ହେଉଛି ୨୦୨୪ ଲୋକସଭା ନିର୍ବାଚନରେ ଲାଲୁ ଦୁଇ ଝିଅ ରୋହିଣୀ ଓ ମିଶା ଭାରତୀକୁ ଟିକେଟ ଦେଇପାରନ୍ତି । ଯାହାକୁ ନେଇ ସରଗରମ ହୋଇଛି ବିହାର ରାଜନୀତି