ଚନ୍ଦ୍ରରୁ ଆସିଲା ପ୍ରଜ୍ଞାନର ପ୍ରଥମ ଭିଡିଓ । ଲ୍ୟାଣ୍ଡର ବିକ୍ରମରୁ କିଭଳି ବାହାରିଲା ରୋଭର, ଇସ୍ରୋ ଜାରି କଲା ଭିଡିଓ

272

କନକ ବ୍ୟୁରୋ: ଚନ୍ଦ୍ରଯାନ -୩ ମିଶନର ସଫଳତା ପରେ ଇସ୍ରୋ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ କ୍ରମାଗତ ଭାବେ ଏହି ସମ୍ପର୍କିତ ଭିଡିଓକୁ ଅପଲୋଡ କରୁଛି । ଏହି କ୍ରମରେ ଇସ୍ରୋ ଜାରି କରିଛି ରୋଭର ପ୍ରଜ୍ଞାନର ଧରାବତରଣର ଭିଡିଓ । ପ୍ରଜ୍ଞାନ କିପରି ଲ୍ୟାଣ୍ଡର ବିକ୍ରମ ଭିରତରୁ ବାହାରି ଚନ୍ଦ୍ର ପୃଷ୍ଠକୁ ଓହ୍ଲାଉଛି ତାହା ଏଥିରେ ଦୃଶ୍ୟମାନ ହେଉଛି ।

ଇସ୍ରୋ ନିଜ ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍ ‘ଏକ୍ସ’ରେ ନିଜର ସବୁ ଅପଡେଟ୍ ଦେଉଛି । ସଦ୍ୟଭାବେ ଜାରି ହୋଇଥିବା ଭିଡିଓରେ ରୋଭରର ଚନ୍ଦ୍ରପୃଷ୍ଠକୁ ଓହ୍ଲାଇବାର ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ।