ଫାଇଭ-ଟି ସଚିବଙ୍କ ଗସ୍ତ ସୂଚୀରେ ପରିବର୍ତ୍ତନ : ଅପରାହ୍ନ ୪.୧୫ ବଦଳରେ ୨.୧୫ରେ ରଙ୍ଗେଇଲୁଣ୍ଡା ଯିବେ ପାଣ୍ଡିଆନ୍

206

କନକ ବ୍ୟୁରୋ : ଫାଇଭ-ଟି ସଚିବଙ୍କ ଗସ୍ତ ସୂଚୀରେ ପରିବର୍ତ୍ତନ । ଅପରାହ୍ନ ୪.୧୫ ବଦଳରେ ୨.୧୫ ରେ ରଙ୍ଗେଇଲୁଣ୍ଡା ଯିବେ ପାଣ୍ଡିଆନ୍ । ସେପଟେ, କବି ସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶନିମନ୍ଦିର ପଡ଼ିଆରେ ଚାଲିଥିବା ଅଭିଯୋଗ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ପାଣ୍ଡିଆନ୍ । ସେହିପରି କବିସୂର୍ଯ୍ୟନଗର ବୁରୁଝୁରି ବାଲିବଣ ପଡ଼ିଆରେ ପହଞ୍ଚି ଜୟ ମା’ ତାରିଣୀ କହି ନିଜର ଅଭିଭାଷଣ ରଖିଥିଲେ । ଏହା ସହ ବିଭିନ୍ନ ପ୍ରକଳ୍ପର ଘୋଷଣା କରିଛନ୍ତି ପାଣ୍ଡିଆନ୍ । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଥିବ ସମସ୍ତ କଲେଜ ରୂପାନ୍ତରିକରଣ ହେବ ବୋଲି ସେ ଘୋଷଣା କରିଛନ୍ତି ।

ଫାଇଭ-ଟି ସଚିବଙ୍କ ଗସ୍ତକୁ ନେଇ କଡା ଗଞ୍ଜାମରେ କଡା ସୁରକ୍ଷା । ସଭା ସ୍ଥଳକୁ କଲମ, ବ୍ୟାଗ ମନା । କଲେଜ ଛାତ୍ରଛାତ୍ରୀଙ୍କୁ ବ୍ୟାଗ ଏବଂ କଲମ ନେଇ ଯିବାକୁ ବାରଣ କରଯାଇଛି । ପିଲାମାନଙ୍କ ଠାରୁ ବ୍ୟାଗ ଓ କଲମ କାଢି ରଖାଯାଉଛି । ପୁରୀ ସତ୍ୟବାଦୀରେ ସଚିବଙ୍କୁ କାଳିମାଡ ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୁଲିସ । ବ୍ରହ୍ମପୁର ବିବେକ ବିହାର ଅଂଚଳରେ ସଚିବଙ୍କ କାର୍ଯ୍ୟକ୍ରମ ରହିଛି । ପିଲାମାନଙ୍କୁ ଭଲ ଭାବେ ଯାଞ୍ଚ କରି ସଭା ସ୍ଥଳକୁ ଛଡାଯାଉଥିବାର ଭିଡିଓ ସାମ୍ନାକୁ ଆସିଛି । ତେବେ ଛାତ୍ରଛାତ୍ରୀଙ୍କୁ ଟି-ସାର୍ଟ ବଣ୍ଟାଯାଇଛି ।