ମହାକାଶରେ ବଢିବ ଭାରତର ଦବଦବା । ସିଙ୍ଗାପୁରର ଦୁଇଟି ସାଟେଲାଇଟ୍ ଲଞ୍ଚ କଲା ଇସ୍ରୋ । ଦେଖନ୍ତୁ, ଭିଡିଓ…

112

କନକ ବ୍ୟୁରୋ: ବିଶ୍ୱ ଦେଖିଲା ଇସ୍ରୋର କମାଲ । ସିଙ୍ଗାପୁରର ଦୁଇଟି ଉପଗ୍ରହକୁ ନେଇ ଇସ୍ରୋର ‘ପିଏସଏଲଭି-ସି ୫୫’ ଶନିବାର ଉଡାଣ ଭରିଛି । ସମାଚାର ଏଜେନ୍ସି ପିଟିଆଇରୁ ମିଳିଥିବା ସୂଚନା ମୁତାବକ, ଶନିବାର ଦ୍ୱିପହର ୨ଟା ୧୯ ମିନିଟ ସମୟରେ ଏହି ରକେଟ୍ ଲଞ୍ଚ ହୋଇଥିଲା । ତେବେ ଏହି ରକେଟରେ ସିଙ୍ଗାପୁରର ଦୁଇଟି ବଡ ସାଟେଲାଇଟ୍ ଓ ଗୋଟିଏ ଇନ ହାଉସ୍ ପ୍ଲାଟଫର୍ମ ରହିଛି ।

ଜାଣିରଖିବା ଉଚିତ୍ ଯେ, ପିଏସଏଲଭି-ସି୫୫ ମିଶନ୍ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧବନ ମହାକାଶ ଲଞ୍ଚ ହୋଇଥିଲା । ଏହା ହେଉଛି ପିଏସଏଲଭିର ୫୭ ନମ୍ବର ଉଡାଣ । ତେବେ ଏହି ମିଶନକୁ ଟିଏଲଇଓଏସ୍-୨ ନାମ ଦିଆଯାଇଥିବାବେଳେ, ଇସ୍ରୋ ଏନେଇ ସମସ୍ତ ତଥ୍ୟ ନିଜର ଟୁଇଟର ହ୍ୟାଣ୍ଡେଲରେ ସେୟାର କରିଛି । ଇସ୍ରୋ ତରଫରୁ ମିଳିଥିବା ସୂଚନା ମୁତାବକ, ଶ୍ରୀହରିକୋଟାରୁ ଲଞ୍ଚ ହୋଇଥିବା ଏହି ରକେଟରେ ଇସ୍ରୋର ଦୁଇଟି ସାଟେଲାଇଟ୍ ରହିଥିଲା । ଏହାର ଓଜନ ପାଖାପାଖି ୭୪୧ କିଲୋ ଅଟେ । ସେହିପରି ୧୬ କେଜି ଓଜନ ବିଶିଷ୍ଟ ଲୁମିସାଇଟ୍ -୪ ସାଟେଲାଇଟ୍ ମଧ୍ୟ ଏଥିରେ ରହିଛି ।