ତାମିଲନାଡୁରେ କର୍ମଚାରୀଙ୍କ ପାଇଁ ଖୁସି ଖବର, ସପ୍ତାହରେ ୪ ଦିନ କରିବେ କାମ।

1,790

କନକ ବ୍ୟୁରୋ: ତାମିଲନାଡୁ ବିଧାନସଭାରେ ଏକ ଐତିହାସିକ ବିଲ ପାସ ହୋଇଛି । ଏହି ବିଲରେ ଜଣେ କର୍ମଚାରୀ ସପ୍ତାହରେ କେବଳ ୪ ଦିନ କାମ କରିବେ । ସପ୍ତାହରେ ଅନ୍ୟ ତିନି ଦିନ କର୍ମଚାରୀଙ୍କୁ ଛୁଟି ଦିଆଯିବ । ତେବେ ଏଥିରେ କିଛି ନିୟମ ସରକାରଙ୍କ ତରଫରୁ ଯୋଡାଯାଇଛି । ତେବେ ଏହି ନିୟମ କାରଣରୁ ଫ୍ୟାକ୍ଟ୍ରି ଏବଂ କମ୍ପାନୀ ମାଲିକଙ୍କ କୌଣସି କ୍ଷତି ହେବ ନାହିଁ ।

ତାମିଲନାଡୁରେ ଏହି ନୂଆ ନିୟମ ପାସ କରିବା ବେଳେ କୁହାଯାଇଛି ଯେ ନୂଆ ନିୟମ ଦ୍ୱାରା ମହିଳା କର୍ମଚାରୀ ସର୍ବାଧିକ ଲାଭ ପାଇବେ । ତେବେ ବିଲ ପାସ ସମୟରେ ବିରୋଧୀ ଦଳ ଏହାକୁ ବିରୋଧ କରିଥିଲେ । ବିରୋଧୀଙ୍କ କହିବା କଥା ଯେ ଏହା ହେବା ଦ୍ୱାରା ଫ୍ୟାକ୍ଟ୍ରି ତଥା କମ୍ପାନୀ ମାଲିକ ଶୋଷଣ କରିବେ ।

ତାମିଲନାଡୁର କାରଖାନା ଗୁଡିକ ଦେଶର ଉତ୍ପାଦନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । କେବଳ ତାମିଲନାଡୁରୁ ସାରା ଭାରତ ବର୍ଷକୁ ୩୦ ପ୍ରତିଶତ ଟେକ୍ସଟାଇଲ, ୩୭.୬ ପ୍ରତିଶତ ଅଟୋମୋବାଇଲ, ୪୬.୪ ପ୍ରତିଶତର ଫୁଟୱେର ଯୋଗାଇଆସୁଛି । ବିରୋଧୀ ଦଳ କହିଛନ୍ତି ଯେ ବିଲ ଲାଗୁ ହେବା ପରେ କର୍ମଚାରୀଙ୍କ ଉପରେ ଶୋଷଣ ଅଧିକ ହେବ । ନୂଆ ବିଲ ଅନୁସାରେ କର୍ମଚାରୀ ଦିନରେ ୧୨ ଘଣ୍ଟା କାମ କରିବେ ପୂରା ସପ୍ତାହରେ ଜଣେ କର୍ମଚାରୀ ୪୮ ଘଣ୍ଟା କାମ କରିବ ।