କନିଷ୍ଠ ଶିକ୍ଷକ ଚୟନରେ ଅନିୟମିତତା ମାମଲା: ଓସେପାର ମେଧା ତାଲିକା ରଦ୍ଦ କଲେ ହାଇକୋର୍ଟ

299

କନକ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ବଡ ରାୟ ଦେଇଛନ୍ତି ହାଇକୋର୍ଟ । ଓସେପା ପକ୍ଷରୁ ଜାରି ହୋଇଥିବା ଡ୍ରାଫ୍ଟ ମେଧା ତାଲିକାକୁ ରଦ୍ଦ କରିବା ସହ ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ବି ଖାରଜ କରିଛନ୍ତି କୋର୍ଟ । ସେହିପରି ନିଯୁକ୍ତି ସର୍ତାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହିଁ ଓସେପା । ଏପଟେ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ଦେଖା ଦେଇଥିବା ଅନିଶ୍ଚିତତା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ଚୁଡ଼ାନ୍ତ ରାୟ ଶୁଣାଇଛନ୍ତି ହାଇକୋର୍ଟ । ଓସେପା ପ୍ରକାଶ କରିଥିବା ଡ୍ରାଫ୍ ମେଧା ତାଲିକା ରଦ୍ଦ କରିବା ସହ ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ବି ଖାରଜ କରିଛନ୍ତି କୋର୍ଟ । ସେହିପରି ନିଯୁକ୍ତି ସର୍ତାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଓସେପା ପକ୍ଷରୁ ରାଜ୍ୟବ୍ୟାପି ସିଙ୍ଗଲ ମେରିଟ୍ ଲିଷ୍ଟ ପ୍ରକାଶ କରାଯାଇଥିଲା । ନିଯୁକ୍ତିରେ ଅନିୟମିତତା ଦର୍ଶାଇ ମାମଲା ହାଇକୋର୍ଟ ପହଁଚିଥିଲା । ଏହାପରେ ତରବରିଆ ଭାବେ ରାଜ୍ୟ ସରକାର ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ପ୍ରକାଶ କରିଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଏହାକୁ ନେଇ ଚୂଡାନ୍ତ ରାୟ ଶୁଣାଇଛନ୍ତି ହାଇକୋର୍ଟ ।

ଆବେଦନକାରୀଙ୍କ ଅଭିଯୋଗ ଅନୁସାରେ- ୨୦ ହଜାରରୁ ଅଧିକ କନିଷ୍ଠ ଶିକ୍ଷକଙ୍କ ପାଇଁ ଓସେପା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନିଯୁକ୍ତି ସର୍ତାବଳୀରେ ଚୟନ ପ୍ରକ୍ରିୟା ଜିଲ୍ଲା ଭିତରେ ରହିବ, କାରଣ ଏହା ଜିଲ୍ଲାଭିତ୍ତିକ କ୍ୟାଡର ବୋଲି ସୂଚନା ଦିଆଯାଇଥିଲା । ତେଣୁ ଚୟନ ପ୍ରକିୟାକୁ ଜିଲ୍ଲାୱାରୀ କରିବାର ଆବଶ୍ୟକ ରହିଛି ବୋଲି ଦର୍ଶାଇଥିଲେ ଆବେଦନକାରୀ । ମାତ୍ର ଓପେସା ନିୟମର ଉଲ୍ଲଘଂନ କରି ରାଜ୍ୟବ୍ୟାପୀ ସିଙ୍ଗଲ ମେରିଟ୍ ଲିଷ୍ଟ ବା ଏକକ ମେଧା ତାଲିକା ପ୍ରକାଶ କରିଥିଲା । ଯାହାକୁ ଚ୍ୟାଲେଞ୍ଜ କରିଥିଲେ ଆବେଦନକାରୀ । ପରେ ତରବରିଆ ଭାବେ ରାଜ୍ୟ ସରକାର ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ପ୍ରକାଶ କରିଥିବା ଅଭିଯୋଗ ହୋଇଥିଲା ।

ଏପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଓସେପା ନିର୍ଦ୍ଦେଶକ । କହିଛନ୍ତି- ପ୍ରକ୍ରିୟା ଠିକ୍ ଥିଲା, ତେଣୁ କୋର୍ଟ ତା ଉପରେ କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି । ତେବେ ପୁରା ଜଜମେଂଟ ଆସିଲା ପରେ ଓସେପା ପଦକ୍ଷେପ ନେବ ବୋଲି କହିଛନ୍ତି- ଅନୁପମ ସାହା । ତେବେ ହାଇକୋର୍ଟଙ୍କ ଚୁଡ଼ାନ୍ତ ରାୟ ଆସିବା ପରେ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ଦେଖା ଦେଇଥିବା ଅନିଶ୍ଚିତତା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।