ଅଘୋଷିତ ବିଦ୍ୟୁତ କାଟକୁ ନେଇ ତାତିଲେ ଲୋକେ : ଟାୟାର ଜାଳି ରାସ୍ତାରୋକ କରିବା ସହ ଟାଟା କର୍ମଚାରୀଙ୍କୁ ଅଟକ

166

କନକ ବ୍ୟୁରୋ : ଅଘୋଷିତ ବିଦ୍ୟୁତ କାଟକୁ ନେଇ ସାରା ରାଜ୍ୟରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ବିଜୁଳି ବିଭ୍ରାଟକୁ ନେଇ ତାତିଲେ ଲୋକେ । ଦଶରଥପୁର ବ୍ଲକ ଆସନପୁର ପଞ୍ଚାୟତର କୈଥପଡିଆ ଅଂଚଳରେ ବିଦ୍ୟୁତ୍ କାଟକୁ ନେଇ ଲୋକେ ଅତିଷ୍ଠ ହେଲେଣି ।

ପ୍ରବଳ ଗରମ ହେଉଥିବା ବେଳେ ବିଜୁଳି କାଟ୍ ଯୋଗୁଁ ଘରେ ବି ରହି ହେଉନାହିଁ । ଏପଟେ ବାହାରକୁ ଗଲେ ଖରା ତାତି, ଘରେ ରହିଲେ ଗରମ ଗୁଳୁଗୁଳି । ବିଜୁଳି ବିଭ୍ରାଟକୁ ନେଇ ଦଶରଥପୁର କୈଥପଡିଆ ଅଞ୍ଚଳରେ ଲୋକମାନେ ଟାୟାର ଜାଳି ରାସ୍ତାରୋକ କରିବା ସହ ଟାଟା କର୍ମଚାରୀଙ୍କୁ ଅଟକ ରଖିଛନ୍ତି ।