ଅଘୋଷିତ ବିଦ୍ୟୁତ୍ କାଟ୍ : ପିପିଲି ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଆଗରେ ଲୋକଙ୍କ ପ୍ରତିବାଦ

100

କନକ ବ୍ୟୁରୋ : ଅଘୋଷିତ ବିଦ୍ୟୁତ୍ କାଟ୍ ପ୍ରତିବାଦରେ ପିପିଲି ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଆଗରେ ଲୋକଙ୍କ ପ୍ରତିବାଦ  । ମରାମତି ଆଳରେ ପିପିଲିରେ ବିଦ୍ୟୁତ୍ କାଟ୍ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ପ୍ରତିଦିନ ୮ରୁ ୧୦ ଘଂଟା ଅଘୋଷିତ ବିଦ୍ୟୁତ୍ କାଟ୍ ହେଉଥିବା ଅଭିଯୋଗ ଆଣିଛି ପିପିଲି-ଡେଲାଙ୍ଗ ଜନ କଲ୍ୟାଣ ମଞ୍ଚ ।

ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହେଉଥିବା ବେଳେ ବିଦ୍ୟୁତ୍ କାଟ୍ ଲୋକଙ୍କୁ କଲବଲ କରୁଛି । ଏନେଇ ପୂର୍ବରୁ ପିପିଲି ବିଧାୟକ ଓ ଶକ୍ତି ମନ୍ତ୍ରୀଙ୍କ ଚିଠି ମାଧ୍ୟମରେ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ନମିିଳିବାରୁ ଶତାଧିକ ଉପଭୋକ୍ତା ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।