ସମୁଦ୍ରରେ ଲୀନ ହୋଇଯିବ ମୁମ୍ବାଇ ସହର! ପାଣିରେ ବୁଡ଼ିଯିବ ଭାରତର ମାୟାନଗରୀ

409

କନକ ବ୍ୟୁରୋ: ସମୁଦ୍ର ଗର୍ଭରେ ବିଲୀନ ହୋଇଯିବ ମୁମ୍ବାଇ ସମେତ ବିଶ୍ୱର ଅନେକ ବଡ ବଡ ସହର । କଥାଟି ବିଶ୍ୱାସ ହେଉନଥିଲେ ବି ଏହା ସତ । ଏନେଇ ଜାତିସଂଘ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ କରିଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ତାପମାତ୍ରା କ୍ରମଶଃ ବଢିବାରେ ଲାଗିଛି । ଫଳରେ ଏଭରେଷ୍ଟ ଭଳି ବଡ ବଡ ବରଫ ପାହାଡ ତରଳିବା ସହ ସମୁଦ୍ରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବ ସମୂଦ୍ରକୂଳରେ ଥିବା ସହରରେ ପଡ଼ିବ ବୋଲି ମିଳିତ ଜାତିସଂଘ ପକ୍ଷରୁ ଚିନ୍ତାପ୍ରକଟ କରାଯାଇଛି ।

ସମୁଦ୍ର ଜଳସ୍ତର ବୃଦ୍ଧି ମାନବ ସମାଜ ପାଇଁ କେତେ ବଡ଼ ସଂକଟ ଆଣିପାରେ, ସେନେଇ ଏକ ବଡ଼ ଆକଳନ କରିଛି ମିଳିତ ଜାତିସଂଘ । ୟୁଏନର ରିପୋର୍ଟ ଅନୁସାରେ ଜଳବାୟୁ ପରିବର୍ତନ ଯୋଗୁଁ ଏଭରେଷ୍ଟ ଭଳି ବଡ ବଡ ବରଫ ପାହାଡ ତରଳିବା ସହ ସମୁଦ୍ରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ସମୁଦ୍ରର ଜଳସ୍ତର ବଢିବା ଫଳରେ କିଛି ସହର ଏବେ ପାଣିରେ ମିଶି ଯାଇଥିବା ବେଳେ ଆଗାମୀ ଦିନରେ ଆଉ କିଛି ବଡ ବଡ ସହର ପାଣିରେ ବିଲିନ ହୋଇଯିବ ବୋଲି ଆକଳନ କରିଛି ଜାତିସଂଘ । ଏଥିରେ ସବୁଠୁ ଅଧିକ ପ୍ରଭାବିତ ହେବେ ଭାରତ, ଚୀନ, ବାଂଲାଦେଶ ଓ ନେଦରଲାଣ୍ଡ । ପ୍ରାୟ ୨୫ କୋଟିରୁ ୪୦ କୋଟି ଲୋକ ସେମାନଙ୍କ ବାସଗୃହ ହରାଇବେ ଏବଂ ପାୟ ୯୦ କୋଟି ଲୋକ ପ୍ରଭାବିତ ହେବେ ବୋଲି ରିପୋର୍ଟ ପ୍ରକାଶ କରିଛି ଜାତିସଂଘ । ଜାତିସଂଘ ଏଭଳି ରିପୋର୍ଟ ପରେ ସମୂଦ୍ରକୂଳରେ ଘର କରିଥିବା ଲୋକଙ୍କ ମନରେ ଛନକା ପଶିଯାଇଛି ।

ଏହି ରିପୋର୍ଟ ଅନୁସାରେ, ବୁଡ଼ିଯିବ ତଟବର୍ତ୍ତୀ ଅଞ୍ଚଳର ବଡ଼ ବଡ଼ ସହର! ସମୁଦ୍ର ଗର୍ଭରେ ବିଲିନ ହେବ ମୁମ୍ବାଇ ସମେତ ବିଶ୍ୱର ୭ ସହର । ମୁମ୍ବାଇ, ବ୍ୟାଙ୍କକ୍, ଲଣ୍ଡନ, ସାଂଘାଇ, ନ୍ୟୁୟର୍କ ଭଳି ସହର ପ୍ରତି ବେଶି ବିପଦ ରହିଛି । ୮୦ ବର୍ଷ ମଧ୍ୟରେ ବୁଡିଯିବ ଏହି ଏସବୁ ସହର । ଉପକୂଳ ବର୍ତ୍ତିିର୍ ଅଞ୍ଚଳରେ ବାସ କରୁଥିବା ୯୦ କୋଟି ଲୋକେ ପ୍ରଭାବିତ ହେବେ । ଧିରେ ଧିରେ ପୃଥିବୀର ତାପମାତ୍ରା ବଢୁଥିବାରୁ ଏଭଳି ସମସ୍ୟା ଦେଖାଯିବ । ୧୯୦୦ ମସିହାରୁ ଦ୍ରୁତ ଗତିରେ ବଢୁଛି ଜଳସ୍ତର । ଗତ ୩ ହଜାର ବର୍ଷ ମଧ୍ୟରେ ଏହା ଦ୍ରୁତତମ ରହିଛି । ଆଗୀମୀ ୧୦୦ ବର୍ଷରେ ନିଶ୍ଚିହ୍ନ ହୋଇଯିବ ଅନେକ ତଳିଆ ରାଷ୍ଟ୍ର । ୨୦୫୦ ସୁଦ୍ଧା ତଳିଆ ଦେଶରେ ସମୂଦ୍ରର ଜଳସ୍ତର ଏକ ମିଟର ବଢିବ । ଫିଜି, ଭାନୁଆଟୁ, ସୋମାଲୋମାନ ଦ୍ୱୀପରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ସେଠାକାର ଲୋକେ ଏବେ ଅନ୍ୟତ୍ର ପଳାୟନ କରୁଛନ୍ତି ।