ମାଲ୍ଟା ଜାହାଜକୁ ସହଯୋଗ କରିବାକୁ ପହଁଚିଲା ଭାରତୀୟ ସେନା । ଅପହୃତଙ୍କ ହାତରୁ ବଂଚାଇବା ପାଇଁ ମିଶନ ଆରମ୍ଭ କରିଛି ସେନା

702

କନକ ବ୍ୟୁରୋ : ମାଲବାହୀ ଜାହଜ ଅପହରଣ ଉଦ୍ୟମକୁ ପଣ୍ଡ କରିବାକୁ ପ୍ରୟାସ କରୁଛି ଭାରତୀୟ ନୌସେନା । ମାଲଟା ଜାହାଜକୁ ରକ୍ଷା କରିବା ପାଇଁ ମଝି ସମୁଦ୍ରକୁ ସର୍ଭିଲାନ୍ସ ବିମାନ ଓ ଯୁଦ୍ଧ ଜାହଜ ପଠାଇଛି ଭାରତୀୟ ସେନା । ଆରବ ମହାସାଗରେ ମାଲଟାର ଏକ ମାଲାବାହୀ ଜାହାଜ ଯାଉଥିବା ସମୟରେ ସୋମାଲିଅ ଆତଙ୍ୀ ତାକୁ ଅପହରଣ କରିଥିବା ସୂଚନା ରହିଛି । ତେବେ ଗଭୀର ସମୁଦ୍ରରେ ପାଟ୍ରୋଲିଂ କରୁଥିବା ଭାରତୀୟ ନୌସେନା ପାଟ୍ରୋଲିଂ ଜାହଜ ଏନେଇ ସୂଚନା ପାଇଥିଲା । ମାଲବାହୀ ଜାହଜରେ ପ୍ରାୟ ୧୮ଜଣ ଲୋକ ଯାତ୍ରା କରୁଥିଲେ । ୬ଜଣ ଅଜ୍ଞାତ ବ୍ୟକ୍ତି ଜାହଜ ନିକଟକୁ ଆସୁଥିବା ଗୁଇନ୍ଦା ସୂଚନା ପାଇବା ପରେ ସ୍ଥିତି ଉପରେ ନଜର ରଖିଛି ଭାରତୀୟ ସେନା । । ଭାରତ କହିଛି ଅର୍ନ୍ତଜାତୀୟ ଭାଗିଦାରୀ ତଥା ବନ୍ଧତ୍ୱପୂର୍ଣ୍ଣ ଦେଶ ସହିତ ଉତମ ସର୍ମ୍ପକ ଓ ସହାୟତା ଯୋଗାଇବ । ସୁରକ୍ଷା ନିଶ୍ଚିତ କରିବା ପାଇଁ ଭାରତ ପ୍ରତିଶ୍ରୁତି ବଦ୍ଧ । ସେପଟେ ବିଟ୍ରିଶ ସରକାର ବିଦେଶୀ ଜାହଜଗୁଡିକ ଆରବ ସାଗରେ ସୋମାଲିଆ ନିକଟକୁ ଯିବାବେଳେ ସର୍ତକ ରହିବାକୁ ପରାର୍ମଶ ଦେଇଛନ୍ତି ।